ସେମାନଙ୍କ ହସ ଆମକୁ ଆକର୍ଷିତ କରୁଥିଲା। କିଛି ଝିଅ ଦଉଡି ଡିଆଁ ଖେଳୁଥିଲେ, ଅନେକ ପୁଅ ପିଲା କ୍ରିକେଟ ଖେଳରେ ମଜ୍ଜି ଯାଇଥିଲେ, କିଛି ପିଲା ଦୌଡାଦୌଡି କରୁଥିଲେ ଏବଂ ଆଉ କିଛି ପିଲା ଛିଡା ହୋଇ ବିସ୍ତିର୍ଣ୍ଣ ଖେଳ ପଡିଆରେ ସହପାଠୀମାନଙ୍କୁ ନିରୀକ୍ଷଣ କରୁଥିଲେ। 

PARIର ଗ୍ରାଇଣ୍ଡମିଲ ସଙ୍ଗ ପ୍ରୋଜେକ୍ଟ ପାଇଁ ସେଦିନର ସୁଟିଂ ଏବଂ ରେକର୍ଡିଂ କାର୍ଯ୍ୟ ସରିଲା। ପୁନେ ଜିଲ୍ଲାର ଦାଉଣ୍ଡ ତାଲୁକରେ ଚାଲିଥିଲା ସୁଟିଂ ଏବଂ ରେକର୍ଡିଂ କାମ। ଏହା ପରେ ଆମକୁ ଆକର୍ଷଣ କଲା ମାଲଥାନ ଗାଁର ଏଓଲ ବସ୍ତିରେ ଥିବା ଜିଲ୍ଲା ପରିଷଦ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ହସ।

ସରଗରମ ହେଉଥିଲା କ୍ରିକେଟ ଖେଳ। ଆମେ କ୍ୟାମେରା ଧରି ଆସୁଥିଲୁ। ବ୍ୟାଟିଂ ପାର୍ଶ୍ୱରେ ଥିବା ପିଲାଟି ଆମକୁ ଦେଖିଲା। କିନ୍ତୁ ଚଟାପଟ୍ ତାର ଦୃଷ୍ଟି ପୁଣି ବୋଲର ପାଖକୁ ଫେରିଗଲା। ସେ ବଲ୍‌କୁ ଖୁବ ଜୋର ପିଟିଲା। ଧରିବା ପାଇଁ ବଲ ପଛରେ ଫିଲ୍ଡର ଦୌଡ଼ିଲେ।  

କିଛି ଝିଅ ପିଲା ଆମକୁ ଘେରିଗଲେ। ପ୍ରଥମେ ସେମାନେ ଅଳ୍ପ ଲାଜ କରୁଥିଲେ। କିନ୍ତୁ ଗୀତ ଗାଇବା ପାଇଁ ସେମାନଙ୍କୁ ସାମାନ୍ୟ ଉତ୍ସାହିତ କରିବା ଆବଶ୍ୟକ ଥିଲା। ସେମାନେ ପରସ୍ପରକୁ ଚାହିଁଲେ। ତା ପରେ ଆରମ୍ଭ ହେଲା ଆସର। ପିଲାଙ୍କୁ ଗୀତ ନାଚର ଏକ ନୂଆ ଖେଳ ଶିଖାଇଲେ ପରି ଟିମ୍‌ ଶିକ୍ଷକ ଜିତେନ୍ଦ୍ର। ପିଲାମାନେ ବୃତ୍ତାକାରରେ ଛିଡା ହେଲେ। ଜିତେନ୍ଦ୍ରଙ୍କ ପଛେପଛେ ପିଲାଏ ଗାଇଲେ ଏବଂ ତାଙ୍କ ସହ ତାଳମିଳାଇ ଅଙ୍ଗଭଙ୍ଗୀ କଲେ। 

ଭିଡିଓ ଦେଖନ୍ତୁ: ପୁନେ ଜିଲ୍ଲାରେ ଥିବା ଦୌଣ୍ଡ ତାଳୁକାର ୟେଲୋ ବସ୍ତିର ଜିଲ୍ଲା ପରିଷଦରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଥିବା ଝିଅମାନେ ଗାଉଛନ୍ତି,'ମୋ ଛୋଟ ଝିଅ ଆସ, ଚାଲ ମୁଁ ତମକୁ ଗଣିବା ଶିଖାଇଦେବି’,

ସେମାନଙ୍କ ଶିକ୍ଷକ ସୁନନ୍ଦା ଜଗଦଲେ କହିଲେ, “ପଢା ପିରିଅଡ ପରେ ତାଙ୍କୁ ଆମେ ଏକ ଘଣ୍ଟା ପାଇଁ ଖେଳିବାକୁ ଛାଡିଦେଇଛୁ।ସ୍କୁଲ ପ୍ରିନସିପାଲ ସଂଦୀପ ରସାଲ ଆମକୁ କାର୍ଯ୍ୟାଳୟ ଏବଂ ଶ୍ରେଣୀଗୃହ ବୁଲି ଦେଖାଇଲେ। ସେ କହିଲେ, “ଆମର ଗୋଟିଏ କଂପ୍ୟୁଟର ଅଛି। ଆମେ ସ୍କୁଲ ଗୃହର ନବୀକରଣ କରୁଛୁ ଆଉ ନୂଆ ରଂଗ ଦେଉଛୁ। ଯଦି ପାରିବେ ଆମକୁ କୌଣସି ଉପାୟରେ ସହଯୋଗ କରନ୍ତୁ।ପାଖରେ ଥିବା ଏକ ଛପର ତଳକୁ ଆମକୁ ନେଇଗଲେ। ଏହା ତାଙ୍କର ନୂଆ ରୋଷେଇ ଘର - ଖୁବ୍ ସଫାସୁତୁରା। ଖାଦ୍ୟଶଶ୍ୟ ପରିସ୍କାର ଟିଣ ଡବାରେ ଥିଲା, ଅଖାରେ ନୁହେଁ। ଏଠି ସ୍କୁଲର ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ହୁଏ।

ସ୍କୁଲର ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୩। ସେମାନଙ୍କ ମଧ୍ୟରୁ ୨୧ ଜଣ ଝିଅ ଏବଂ ୨୨ ଜଣ ପୁଅ। ସମସ୍ତଙ୍କ ବୟସ ୬ରୁ ୧୦ ବର୍ଷ ମଧ୍ୟରେ। ଏମାନଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ପିଲା ମଲଥାନ ଗାଁର। ଅଳ୍ପ ପିଲାଙ୍କ ଘର ପଡୋଶୀ ମୁଗାଓଁ ଗାଁରେ। ରସାଲ କହିଲେ, “ମଲଥାନ ଗାଁରେ ଗୋଟିଏ ହାଇସ୍କୁଲ ଅଛି। ଏଠାରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢାଯାଏ। ପ୍ରାଇମେରୀ ପାସ କରିବା ପରେ ଏହି ପିଲାଙ୍କ ମଧ୍ୟରୁ  ପ୍ରାୟ ଅଧିକାଂଶ ସେହି ସ୍କୁଲକୁ ଯାଆନ୍ତି ।

ଗୋଟିଏ ନୂଆ ଶ୍ରେଣୀଗୃହ ପ୍ରସ୍ତୁତ ହେଉଛି। ଏହାର ଚଟାଣ ଉପରେ କିଛି ରଂଗ ଡବା ଏଣେତେଣେ ପଡିଥିଲା। ଘରର ଗୋଟିଏ କୋଣରେ ପୁରୁଣା ଲୁଗାର ଗୋଟିଏ ଝୁଲଣା ଟଙ୍ଗା ଯାଇଥିଲା। ତା ଭିତରେ ଛୋଟ ପିଲାଟିଏ ଶୋଇଥିଲା। ସୁନନ୍ଦା କହିଲେ, ‘ ସିଏ ମୋ ସାନ ଝିଅ। ଆମ ବଡ ଝିଅ ବି ଏଇ ସ୍କୁଲରେ ପଢୁଛି।ପ୍ରିନସିପାଲ ଏବଂ ଶିକ୍ଷକ ପତିପତ୍ନୀ। ସେମାନେ ଏକାଠି ସ୍କୁଲ ଚଲାନ୍ତି। ସ୍କୁଲକୁ ସୁନ୍ଦର ଭାବରେ ଗଢି ତୋଳିବାକୁ ଆଶା ଏବଂ ବିଶ୍ୱାସ ରହିଛି। ଏହି ଦମ୍ପତି ହିଁ  ଆବଶ୍ୟକ ଶିକ୍ଷକଙ୍କ ପୂରା ଦାୟିତ୍ୱ ତୁଲାନ୍ତି। ଏଠାରୁ ୬୫ କିଲୋମିଟର ଦୂର ଦାଉଣ୍ଡ ଟାଉନରେ ଏହି ଦମ୍ପତି ରହନ୍ତି। ପ୍ରତିଦିନ ସ୍କୁଲକୁ କାର ଚଳାଇ ଆସନ୍ତି।

Young boys standing together outside school
PHOTO • Binaifer Bharucha
Girls skipping under the tree on their school playground
PHOTO • Binaifer Bharucha

ସମସ୍ତ ୨୧ ଜଣ ଝିଅ ଏବଂ ୨୨ ଜଣ ପୁଅ ଦଳ ହୋଇ ଖେଳ ପଡ଼ିଆକୁ ବାହାରିଗଲେପ୍ରତି ଅପରାହ୍‌ଣରେ ତାଙ୍କର ଏହା ଘଣ୍ଟିକିଆ ଖେଳଛୁଟି ସମୟ

ଏହାପରେ କିଏ ବ୍ୟାଟିଂ କରିବ, ତାକୁ ନେଇ କୁନି କ୍ରିକେଟରମାନଙ୍କ ମଧ୍ୟରେ ଯୁଦ୍ଧ ଚାଳିଥିଲା। ତାଙ୍କ ଭିତରୁ ଜଣେ ଚିନ୍ତାଶୀଳ ବାଳକ ଅନ୍ୟମାନଙ୍କୁ କହିଲା ଯେ, ଦର୍ଶକ ତାଙ୍କୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ସେମାନଙ୍କ ଆଚରଣ ଠିକ ରଖିବାକୁ ପଡିବ। ଏତିକିରେ ସେମାନଙ୍କ ଯୁଦ୍ଧ ସରିଗଲା।

ପ୍ରାୟ ଅପରାହ୍ନ ୩ଟାରେ ଖେଳ ସମୟ ସରିଲା। ପିଲାମାନଙ୍କୁ ଶିକ୍ଷକ ଡାକିଲେ। ଆସବାବପତ୍ର ସଜାଡି ରଖିବାକୁ କହିଲେ। ବ୍ୟାଟ, ବଲ୍, ସ୍କିପିଂ ରୋପ୍ ଯଥା ସ୍ଥାନରେ ରଖିବାକୁ କହିଲେ। ଆଉ ସମସ୍ତେ ନିଜର ବ୍ୟାଗ୍ ଏବଂ ପାଣି ବୋତଲ ନେବାକୁ କହିଲେ। ସମସ୍ତେ ନିରବରେ କାମରେ ମାତିଗଲେ। କାମ ସରିବା ପରେ ପୁଣି ପଡିଆକୁ ଗଲେ ଏବଂ ସ୍ତମ୍ଭାକୃତିରେ ଛିଡା ହେଲେ। ଏବଂ ବନ୍ଦେ ମା ତରଂ ଗାଇଲେ। ସେମାନଙ୍କ ପ୍ରତିଦିନ ରୁଟିନ୍‌ର ଏହା ଏକ ଅଂଶବିଶେଷ।

Teachers standing outside school
PHOTO • Samyukta Shastri

ସୁନନ୍ଦା ଜଗଦାଲେ ଓ ତାଙ୍କ ସ୍ୱାମୀ ସନ୍ଦୀପ ରସାଲ ସଗର୍ବେ ବିଦ୍ୟାଳୟ ଚଳାନ୍ତି

ଶେଷରେ ‘ଭାରତ ମାତା କୀ ଜୟ’ ସ୍ଲୋଗାନରେ ତାଳ ମିଳିଲାନି। ଯାହାକୁ ନେଇ ଶିକ୍ଷକ ବିରକ୍ତି ହେଲେ। ଆଉ ଥରେ ଏବଂ ସଠିକ ଭାବରେ ସ୍ଲୋଗାନ ଦେବାକୁ ତାଙ୍କୁ ଜଗଦଲେ କହିଲେ। ଏହାର ନେତୃତ୍ୱ ନେବା ପାଇଁ ଜଣେ ଉପର ଶ୍ରେଣୀ ଛାତ୍ରଙ୍କୁ ଦାୟିତ୍ୱ ଦେଲେ। ଦ୍ୱିତୀୟ ଉଦ୍ୟମ ଠିକ୍ ରହିଲା ଏବଂ ପିଲମାନେ ଧାଡି ଭାଙ୍ଗିଲେ। ଏଥର ପିଲାଏ ପ୍ରିନସିପାଲଙ୍କ ଚାରିପାଖରେ ରୁଣ୍ଡ ହେଲେ, ଆଉ ସେଦିନ ପାଇଁ ହୋମ୍ ୱାର୍କ କ’ଣ ରହିଛି ବୋଲି ଗମ୍ଭୀରତାର ସହ ପ୍ରଶ୍ନ କଲେ।  

ରସଲ କହିଲେ, “ଆମେ ଆଜି ଗଣନା ଶିଖିଲେ। ନିଜନିଜର ଶ୍ରେଣୀ ଅନୁସାରେ ୧୦୦ କିମ୍ବା ୫୦୦ ପର୍ଯ୍ୟନ୍ତ ସମସ୍ତ ସଂଖ୍ୟା ଲେଖ।ଏଠାରେ ସବୁ ବୟସର ଏବଂ ସବୁ ଶ୍ରେଣୀର ପିଲା ଗୋଟିଏ କକ୍ଷରେ ବସନ୍ତି। ସଂଖ୍ୟା ନିର୍ଣ୍ଣୟ କରେ ପିଲାଙ୍କ ଶ୍ରେଣୀ।

ସାର୍, ଆମେ ୧ ଲକ୍ଷ ପର୍ଯ୍ୟନ୍ତ ସଂଖ୍ୟା ଶିଖିଛୁ, ତେଣୁ ୧ ଲକ୍ଷ ପର୍ଯ୍ୟନ୍ତ ଲେଖିବା ଉଚିତ, ନୁହେଁ କି? ” ବଡ ପିଲାଙ୍କ ଭିତରୁ ଜଣେ ପଚାରିଲ। ସେ ପ୍ରାୟ ୪ର୍ଥ ଶେଣ୍ରୀର।

ଅଭିଭାବକମାନେ ପହଞ୍ଚିଲେ। ପିଲାମାନେ ଯିଏ ଯାହାର ଅଭିଭାବକଙ୍କ ସାଙ୍ଗରେ ସାଇକେଲ, ସ୍କୁଟର ଆଉ ମୋଟରସାଇକେଲ ପଛରେ ବସି ଘରକୁ ଗଲେ। ଆଉ କିଛି ପିଲା ତଥାପି ତଳେ ବସି ଅପେକ୍ଷା କରିଥାନ୍ତି। ଆମେ ତାଙ୍କଠାରୁ ବିଦାୟ ନେଲୁ। ସେଇ ଗୋଟିଏ ଦିନ ପାଇଁ ଆମ ଦୁନିଆକୁ ଆସିଥିବା ଏହି ପିଲାମାନେ ଖୁସି ବାଣ୍ଟିଥିଲେ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ନମିତା ଓ୍ୱାକର ଜଣେ ଲେଖକ, ଅନୁବାଦକ ଏବଂ PARIର ପରିଚାଳନା ସଂପାଦକ। କେମିସଃତଈ ଡାଟବେସ୍ଫା ର୍ମର ସେ ଜଣେ ଅଂଶୀଦାର। ସେ ଜୈବ ରସାୟନବିତ ଭାବେ କାର୍ଯ୍ୟ କରିଛନ୍ତି ଏବଂ ଜଣେ ସଫ୍ଟଓ୍ୱାର ପ୍ରକଳ୍ପ ପରିଚାଳକ।

Other stories by Namita Waikar