ଏହି ସପ୍ତାହର ମଙ୍ଗଳବାର ବର୍ଷାରେ ମଧ୍ୟ ମୁମ୍ବାଇର ଶିବାଜୀ ପାର୍କ କାଦୁଅର ସମୁଦ୍ର ପାଲଟିଗଲା। ଖସଡା ବାଟରେ ଚାଲିବା ବିପଦପୂର୍ଣ୍ଣ ହୋଇପଡିଲା। ସଖୁଭାଇ ଖୋରେ ପଡିଗଲେତାଙ୍କ ଗୋଡରେ ଆଘାତ ଲାଗିଲା। ତଥାପି ପାକୁଆ ପାଟିରେ ସେ ହସୁଥିଲେ। କହିଲେ, “ମୁଁ ମୋ ଦେବ(ଭଗବାନ)ଙ୍କ ପାଦ ସ୍ପର୍ଶ କରିବାକୁ ଆସିଛି। ମୁଁ ଆସିପାରିବା ପର୍ଯ୍ୟନ୍ତ ଆସୁଥିବି। ମୋ ଗୋଡହାତ ଚଳୁଥିବା ପର୍ଯ୍ୟନ୍ତ ଆଉ ଆଖିକୁ ଦେଖାଯାଉଥିବା ପର୍ଯ୍ୟନ୍ତ ଆସୁଥିବି।

 ଏଠାରେ ଏକାଠି ହୋଇଥିବା ସମସ୍ତଙ୍କର ସେ ଦେବ। ସେ ହେଉଛନ୍ତି ଡକ୍ଟର ବାବା ସାହେବ ଆମ୍ବେଦକର। ଡିସେମ୍ବର ୬ବୁଧବାରତାଙ୍କ ଶ୍ରାଦ୍ଧବାର୍ଷିକୀ। ଏହି ଦିନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ୭୦ ବର୍ଷିୟା ନବ ବୌଦ୍ଧ ଦଳିତ ସୁଖୁବାଇ ଜଲଗାଓଁ ଜିଲ୍ଲାର ଭୁଷାୱାଲ୍‌ରୁ ଆସିଛନ୍ତି।

 ପ୍ରତିବର୍ଷ ଏହି ଦିନ ଶିବାଜୀ ପାର୍କ ଏବଂ ଦାଦର ଚୈତ୍ୟଭୂମି ନିକଟସ୍ଥ ଏହି ସ୍ମରଣୀୟ ସ୍ଥାନରେ ହଜାରହଜାର ସଂଖ୍ୟାରେ ଦଳିତ ସଂପ୍ରଦାୟର ଲୋକ ଏକାଠି ହୋଇଥାନ୍ତି। ଏହି ସ୍ମରଣୀୟ ସ୍ଥାନରେ ୧୯୫୬ ମସିହାରେ ଭାରତୀୟ ସମ୍ବିଧାନର ମୁଖ୍ୟ ସ୍ଥପତି ଡକ୍ଟର ଆମ୍ବେଦକରଙ୍କ ଚିତା ଜଳିଥିଲା। ବିଂଶ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ସମାଜ ସଂସ୍କାରକ ତଥା ଜନନାୟକ ଏବଂ ନିଷ୍ପେସିତଙ୍କ ସ୍ୱର ବିଆର ଆମ୍ବେଦକରଙ୍କୁ ଶ୍ରଦ୍ଦାଞ୍ଜଳି ଦେବାକୁ ଏଠି ବିଶାଳ ଜନସମାଗମ ହୋଇଥାଏ। ଏହି ଦିନ ଏଠାରେ ସମବେତ ହେବାକୁ ଏମାନେ ବସ୍ଟ୍ରେନ୍ ଏବଂ ଦୂରଦୂରାନ୍ତରୁ ମଧ୍ୟ ପାଦରେ ଚାଲିଚାଲି ଆସିଥାନ୍ତି। ସମସ୍ତଙ୍କ ଭିତରେ ଥାଏ ଶ୍ରଦ୍ଧାକୃତଜ୍ଞତା ଆଉ ପ୍ରେମ। କିଏ ମୁମ୍ବାଇ ଭିତରୁ ଆସିଥାନ୍ତି ତ ଆଉ କିଏ ମହାରାଷ୍ଟ୍ରର ଗ୍ରାମାଞ୍ଚଳ ଏବଂ ବିଭିନ୍ନ ସହରରୁ ଆସିଥାନ୍ତି। ଅନ୍ୟାନ୍ୟ ରାଜ୍ୟରୁ ମଧ୍ୟ ଅନେକ ଲୋକ ଆସିଥାନ୍ତି। କେହି କେହି ଦିନଦିନର ଯାତ୍ରା କରି ଏଠି ପହଞ୍ଚିଥାନ୍ତି।

Portrait of an old woman
PHOTO • Sharmila Joshi
A group of women
PHOTO • Sharmila Joshi

ସୁଖୁବାଇ ଖୋରେ(ବାମଭୁଷାୱାଲ୍‌ରୁ ଏକାକୀ ଅସିଛନ୍ତିଲୀଳାବତୀ ସେନ୍(ଡାହାଣପିଙ୍କ୍ ଶାଢୀ ପିନ୍ଧିଛନ୍ତିଏବଂ ତାଙ୍କ ଦଳ ତିନି ଦିନର ଯାତ୍ରା କରି ଜବଲପୁରରୁ ଆସିଛନ୍ତି

ଏଠାରୁ ପ୍ରାୟ ୧,୧୦୦ କିଲୋମିଟର ଦୂର ମଧ୍ୟ ପ୍ରଦେଶ ଜବଲପୁରରୁ ଦୀର୍ଘ ୪୨ ବର୍ଷ ହେଲା ଲୀଳାବତୀ ସେନ୍ ଏଠାକୁ ଆସୁଛନ୍ତି। ସେଠାରେ ସେ ମାଲିସବାଲୀ ଭାବେ କାମ କରନ୍ତି। ତାଙ୍କ ସ୍ୱାମୀ ଜାତିରେ ବାରିକ। ଏଥର ସେ ୬୦ ଜଣ ମହିଳାଙ୍କୁ ସାଙ୍ଗରେ ଆଣି ଆସିଛନ୍ତି। ପ୍ରାୟ ୩ ଦିନର ରେଳଯାତ୍ରା କରି ସେମାନେ ଏଠାରେ ପହଞ୍ଚିଛନ୍ତି। ସେମାନେ ରାତି ୨ଟାରେ ଦାଦର ଷ୍ଟେସନ୍‌ରେ ଓହ୍ଲାଇବା ପରେ ସେଠାରେ ଶୋଇପଡିଥିଲେ। ଲୀଳାବତୀ ଖୁବ୍ ପ୍ରଫୁଲ୍ଲ ଦିଶୁଥିଲେ। ସେ କହିଲେ, “ ଆଜି ରାତିରେ ଆମେ ଶିବାଜୀ ପାର୍କ ବାହାରେ ଶୋଇ ପଡିବୁ। ବାବାସାହେବଙ୍କ ସହ ଆସକ୍ତି ଯୋଗୁ ଆମେ ଆସିଛୁ। ସେ ଦେଶ ପାଇଁ ଭଲ କାମ କରିଛନ୍ତି। ଯାହା ଅନ୍ୟ କେହି କରିପାରି ନାହାନ୍ତିତାହା ସେ କରିଛନ୍ତି।

 ଲୀଳାବତୀଙ୍କ ଦଳ ନିଜର ଜିନିଷପତ୍ର ଧରି ଫୁଟପାଥ ଉପରେ ରାତି କାଟିଲେ। ସେମାନେ ପରସ୍ପର ମଧ୍ୟରେ ଗପସପ ହେଉଥିଲେ ଏବଂ ହସୁଥିଲେ। ଯଦିଓ ଏହା ଡକ୍ଟର ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ଏବଂ ଏକ ଗମ୍ଭୀର ଅବସରତଥାପି ଲୋକଙ୍କ ମଧ୍ୟରେ ଉତ୍ସବର ମାହୋଲ ଥିଲା। ତାଙ୍କ ପାଇଁ ସ୍ୱର ଉତ୍ତୋଳନ କରିଥିବା ନେତାଙ୍କ ପାଇଁ ସେମାନେ ଉତ୍ସବ ପାଳୁଥିଲେ। ଚୈତ୍ୟ ଭୂମିକୁ ଯାଇଥିବା ରାସ୍ତାଗୁଡ଼ିକ ଜନଗହଳି ହୋଇ ପଡିଥିଲା। ପ୍ରତି କେଇ ମିଟର ବ୍ୟବଧାନରେ ଥିଲେ ଭିନ୍ନଭିନ୍ନ ସ୍ଥାନରୁ ଆସିଥିବା ଦଳିତ କର୍ମକର୍ତ୍ତା ଦଳ। ତାଙ୍କ ଭିତରୁ କିଏ ଗୀତ ଗାଉଥିଲେ ତ କିଏ ବିପ୍ଳବର ଗୀତି କବିତା ଶୁଣାଉଥିଲେ। କେହି ଜଣେ ଭାଷଣ ଦେଉଥିଲେ। ଅନ୍ୟମାନେ କିଣାକିଣିରେ ନିମଜ୍ଜିତ ଥିଲେ। ବୁଦ୍ଧବାବା ସାହେବଙ୍କ ପ୍ରତିମୂର୍ତ୍ତିଜୟଭୀମ କ୍ୟାଲେଣ୍ଡରଶସ୍ତା ଆଭୂଷଣପେଣ୍ଟିଂ ଆଦି କିଣାକିଣି କରୁଥିଲେ। ନୀଳ ବହୁଜନ ପତାକାବ୍ୟାନର ଏବଂ ପୋଷ୍ଟର ଚାରିଆଡେ ଛାଇ ଯାଇଥିଲା। ସବୁଆଡେ ପୋଲିସ ଥିଲେ। ସୋମାନେ ଜନସମାଗମକୁ ନିୟନ୍ତ୍ରଣ କରୁଥିଲେକେହି କିଛି ଜିଜ୍ଞାସା କଲେ ଉତ୍ତର ଦେଉଥିଲେକେହି କେମିତି ସାରା ଦିନର କାର୍ଯ୍ୟ ପରେ ଥକା ମେଣ୍ଟାଉଥିଲେ।

Baby Suretal (woman in green saree) waiting in line for biscuits along with some other women
PHOTO • Sharmila Joshi
A group of women standing with bare feet on a muddy ground
PHOTO • Sharmila Joshi

ଶିବାଜୀ ପାର୍କ ବାହାରେ ଏକ ଖାଦ୍ୟ ଷ୍ଟଲ ପାଖରେ ଲୋକେ ଅପେକ୍ଷା କରିଥିଲେସବୁଜ ରଂଗର ପ୍ରିଣ୍ଟେଡ୍ ଶାଢୀ ପିନ୍ଧିଥିଲେ ବବି ସୁରେତାଲ (ବାମ) ଅନେକ ଲୋକ ଖାଲି ପାଦରେ ଥିଲେ। ବର୍ଷା ଯୋଗୁ ସେମାନଙ୍କ ଗୋଡରେ କାଦୁଅ ଲାଗିଥିଲା।  

ଶିବାଜୀ ପାର୍କ ଭିତରେ ମଧ୍ୟ ଡଜନ ଡଜନ ଟେଣ୍ଟ ପଡିଥିଲା। ତେବେ ସେଗୁଡିକ ମଧ୍ୟରୁ ଅନେକ କିଛି ବିକ୍ରି କରୁ ନଥିଲେବରଂ ସେବା ପ୍ରଦାନ କରୁଥିଲେ। କେହି ମାଗଣା ଭୋଜନପାଣିଏପରିକି ଇନସ୍ୟୁରାନ୍ସ ଫର୍ମ ଯୋଗାଉଥିଲେ। ଅଧିକାଂଶ ଷ୍ଟଲ କର୍ମୀ ସଂଗଠନଦଳିତ ରାଜନୈତିକ ସଂଗଠନ ଏବଂ ଯୁବ କର୍ମକର୍ତ୍ତା ଦଳଗୁଡିକର ଥିଲା। ସେମାନଙ୍କ ମଧ୍ୟରୁ ଖାଦ୍ୟ ଯୋଗାଉଥିବା ଷ୍ଟଲ ଗୁଡିକ ବେଶି ଲୋକପ୍ରିୟ ଥିଲେ। ପ୍ରତି ଷ୍ଟଲ ଆଗରେ ଲମ୍ବା ଧାଡି ଲାଗିଥିଲା। ମହିଳାପୁରୁଷଛୋଟପିଲା ସମସ୍ତଙ୍କ ଧାଡି ଲାଗିଥିଲା। ଅଧିକାଂଶ ଲୋକଙ୍କ ପାଦରେ ବହଳ କାଦୁଅ ଲାଗିଥିଲା। ସେମାନଙ୍କ ଭିତରେ ଥିଲେ ବେବି ସୁରେତାଲ। ଗୋଟିଏ କ୍ରାକ୍ ଜାକ୍ ବିସ୍କିଟ୍ ପାକେଟ ପାଇଁ ସେ ଅପେକ୍ଷା କରିଥିଲେ। ସେ ହିଙ୍ଗୋଲି ଜିଲ୍ଲାର ଔନ୍ଧା ନଗନଥ ତାଲୁକର ଶିରଦ ଶାହପୁର ଗାଁରୁ ଆସିଛନ୍ତି। ଚାରିପାଖର ଗହଳିକୁ ଦେଖାଇ ସେ କହିଲେ, “ମୁଁ ଏହି ସବୁ ଯାତ୍ରା ଦେଖିବାକୁ ଆସିଥିଲି , ଏଠି ବାବା ସାହେବ ଆମ୍ବେଦକରଙ୍କ ସଂପର୍କରେ ଆନନ୍ଦ ଅନୁଭବ କରୁଛି।

 କ୍ରାକ ଜାକ୍ ତମ୍ବୁ ନିକଟରେ ସଖୁବାଇ ମଧ୍ୟ ଅପେକ୍ଷା କରିଥିଲେ। ସେ ଗୋଟିଏ ଲାଲ୍ ରଂଗର ପ୍ଲାଷ୍ଟିକ୍ ବ୍ୟାଗ ଧରିଥିଲେ। ସେଥିରେ କେବଳ ଗୋଟିଏ ଶାଢୀ ଏବଂ ହଳେ ରବର ଚପଲ ଥିଲା। କେହି ସ୍ୱେଛାସେବୀ ଦେଇଥିବା ଦୁଇଟି କଦଳୀ ମଧ୍ୟ ବ୍ୟାଗରେ ଥିଲା। ତାଙ୍କ ପାଖରେ ବାସ୍ତବରେ ଆଦୌ ପଇସା ନଥିଲା। ଘରେ ସଖୁବାଇଙ୍କର ପୁଅଟିଏସେ କୃଷି ଶ୍ରମିକ ଭାବେ କାର୍ଯ୍ୟ କରେ। ଚାରି ମାସ ତଳୁ ତାଙ୍କ ସ୍ୱାମୀ ମରିଗଲେଣି। ସେ ବି ଜଣେ କୃଷି ଶ୍ରମିକ ଥିଲେ। ସେ କହିଲେ, ମୁଁ ଏକୁଟିଆ ଆସିଛି। ଅନେକ ଦିନ ହେବ ମୁଁ ପ୍ରତିବର୍ଷ ଆସୁଛି। ଏଠିକୁ ଆସିଲେ ମତେ ଖୁବ ଭଲ ଲାଗେ।

Shantabai Kamble sitting with her husband (old man in the background) and other people eating food
PHOTO • Sharmila Joshi
Manohar Kamble
PHOTO • Sharmila Joshi

ଶାନ୍ତାବାଇ କାମ୍ବଲେ ଏବଂ ତାଙ୍କ ପରିବାର ଖୁବ୍ ଭୋକରେ ଥିଲେ। ମଧ୍ୟାହ୍ନ ଭୋଜନରେ ସେମାନେ ଡାଲି ଓ ରୁଟି ଖାଇଲେ। ଆଉ ଦି ବେଳାର ଖାଦ୍ୟ ପାଇଁ ତାଙ୍କ ସ୍ୱାମୀ ରୁଟି ପ୍ୟାକିଂ କଲେ

ଡିସେମ୍ବର ୬ରେ ଦାଦର ଶିବାଜୀ ପାର୍କକୁ ଆସିଥିବା ତାଙ୍କ ଭଳି ଅନେକ ଲୋକ ଗରିବ। କାହାକାହା ପାଖରେ ଅତି ଅଳ୍ପ ପଇସା କିମ୍ବା କାହା ପାଖରେ ଆଦୌ ପଇସା ନଥାଏ। ଏହି ଉତ୍ସବ ପାଇଁ ରେଳ ଯାତ୍ରା ମାଗଣା ଥାଏ। ଏଠାରେ ଲାଗିଥିବା ଷ୍ଟଲ ଗୁଡିକ ଉପରେ ଏମାନେ ଖାଦ୍ୟ ପାଇଁ ନିର୍ଭର କରିଥାନ୍ତି। କାଦୁଆ ଭୂଇଁ ଉପରେ ବସି ପରିବାର ସହ ରୁଟି ଖାଉଖାଉ ଏହା କହିଲେ ଶାନ୍ତାବାଇ କାମ୍ବଲେ। ପତ୍ର ଚଉପଦିରେ ଡାଲି ଏବଂ ସିଲଭର ଫଏଲ ପେପର ପ୍ଲେଟ୍‌ରେ ସେମାନେ ରୁଟି ଖାଉଥିଲେ। ରାତି ଏବଂ ପରଦିନର ଖାଇବା ପାଇଁ ତାଙ୍କ ସ୍ୱଳ୍ପଭାସୀ ସ୍ୱାମୀ ଲୁଗାରେ ରୁଟି ବାନ୍ଧିଥିଲେ। ଏହି ପରିବାରଟି କୃଷି ଶ୍ରମିକ ପରିବାର। ଏମାନେ ଯବତମାଲ ଜିଲ୍ଲା ପୁଷାଡ ତାଲୁକର ସମ୍ବଲ ପିମ୍ପ୍ରି ଗାଁରୁ ଆସିଛନ୍ତି। ଗତକାଲି ରାସ୍ତା ଉପରେ ଏମାନେ ରାତି କାଟିଲେ। ସାଧାରଣତଃ ସେମାନେ ଶିବାଜି ପାର୍କ ଭିତରେ ଲାଗିଥିବା ଟେଣ୍ଟ ଭିତରେ ରହନ୍ତି। କିନ୍ତୁ ଏବର୍ଷ ବର୍ଷା କାଦୁଅ ସବୁ ବିଗାଡିଦେଲା।

 ଆନନ୍ଦ ୱାଘମେର ମଧ୍ୟ ଜଣେ କୃଷି ଶ୍ରମିକ ନନ୍ଦେଦ ଜିଲ୍ଲାର ଅମ୍ବଲ୍‌ଗା ଗାଁରୁ ସେ ନନ୍ଦିଗ୍ରାମ ଏକ୍ସପ୍ରେସିରେ ଆସିଛନ୍ତି। ତାଙ୍କ ସହ ତାଙ୍କ ୧୨ ବର୍ଷର ଝିଅ ନେହା। ଆନନ୍ଦ ବି.ଏ ପାସ୍ କରିଛନ୍ତି। କିନ୍ତୁ ତାଙ୍କୁ ଅନ୍ୟ କିଛି କାମ ମିଳିଲା ନାହିଁ। ସେ କହିଲେ, “ ଆମର ଆଦୌ ଜମି ନାହିଁ। ତେଣୁ ମୁଁ କ୍ଷେତରେ ମଜୁରୀ ଲାଗେ। ଦିନକୁ ୧୦୦ରୁ ୧୫୦ ଶହ ଟଙ୍କା ରୋଜଗାର ହୁଏ। ମୁଁ ବାବା ସାହେବଙ୍କ ଦର୍ଶନ ପାଇଁ ଏଠକି ଆସିଛି। ତାଙ୍କ ପାଇଁ ଆମେ [ସେ ବର୍ତ୍ତମାନ ନବ ବୌଦ୍ଧପୂର୍ବରୁ ମହର ସଂପ୍ରଦାୟର ଥିଲେଅନେକ ସୁବିଧା ସୁଯୋଗ ପାଇଛୁ। ସେ ଜଣେ ମହାତ୍ମା ଥିଲେ।

Ananda Waghmare with daughter Neha
PHOTO • Sharmila Joshi
People buying things related to Ambedkar
PHOTO • Sharmila Joshi

ଆନନ୍ଦ ୱାଘମେର ଓ ତାଙ୍କ ଝିଅ ନେହା ନାନଦେଦରୁ ଆସିଛନ୍ତି ଡାହାଣ: ପାର୍କ ବାହାରେ ଫୁଟପାଥ ଉପରେ ପ୍ରଦର୍ଶନ ଓ ବିକ୍ରି କରାଯିବା ପାଇଁ ଓ ଜୟ ଭୀମ କଳାକୃତି ଓ ଟିକେଟ୍‍

ପାର୍କ ଭିତରେ ବ୍ୟବସାୟ ପାଇଁ ଲାଗିଥିବା ଷ୍ଟଲ ଗୁଡିକରେ ଓଦା ହୋଇଯିବା କାରଣରୁ ସେତେ ଭଲ ବିକ୍ରିବଟା ନାହିଁ। ଏମ.ଏମ ଶେଖ ଦୁଇଟି ଲମ୍ବା ଟେବୁଲ ପକାଇଥିଲେ। ଟେବୁଲ ଉପରେ ଥିବା ବହିଗୁଡିକ ମଧ୍ୟରୁ ଅନେକ ସାମାଜିକ ଏବଂ ଜାତିପ୍ରଥା ଉପରେ ଆଧାରିତ ଥିଲା। ସେ ମରାଠାୱାଡା ବେଦ୍ ଟାଉନ୍‌ରୁ ଆସିଥିଲେ। ସେଠାରେ ସେ ଏହି କାମ କରନ୍ତି ନାହିଁ। ସେ କହିଲେ, “ ମୁଁ ପ୍ରତିବର୍ଷ ଏଠାକୁ ଆସେ। କିନ୍ତୁ ଆଜି କିଛି ବିକ୍ରି ହେଲା ନାହିଁ। ଏସବୁ ବନ୍ଧାବନ୍ଧି କରି ଆଜି ରାତିରେ ଫେରିଯିବି।

 ତାଙ୍କ ଷ୍ଟଲରୁ ଅନତି ଦୂରରେ ଥିବା ଏକ ଟେଣ୍ଟରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଥିଲା। ଡାକ୍ତର ଉଲ୍ଲାସ ୱାଗ ଏହାର ମୁଖ୍ୟ ଥିଲେ। ତାଙ୍କ ନେତୃତ୍ୱରେ ପ୍ରତିବର୍ଷ ୧୨ରୁ ୧୫ ଜଣ ଡାକ୍ତର ଏଠାକୁ ଆସନ୍ତି। ଦିନ ଭିତରେ ଏମାନେ ପ୍ରାୟ ୪,୦୦୦ ରୋଗୀ ଦେଖିଥାନ୍ତି। କାହାର ମୁଣ୍ଡବିନ୍ଧାକାହାର ଚର୍ମରୋଗ ତ କାହାର ପେଟ ଯନ୍ତ୍ରଣା। ଏଠାକୁ ଆସୁଥିବା ଲୋକମାନେ ଭାରି ଗରିବ। କିଏ ଗାଁ ତ କିଏ ବସ୍ତି ଅଞ୍ଚଳରୁ ଆସିଥାନ୍ତି। ଏମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ସୁବିଧା ପ୍ରାୟ ନଥାଏ। ଏହି ଟେଣ୍ଟକୁ ଆସୁଥିବା ପ୍ରାୟ ଅନେକ ଲୋକଙ୍କର ମୁଖ୍ୟ ଅଭିଯୋଗ ଥାଏ ଦୁର୍ବଳତା। ଏହାର କାରଣ ଦିନ ଦିନର ଯାତ୍ରା ଏବଂ ଭୋକ।

 ଦୁଇ ଜଣ ଯୁବଚାଷୀ ଆସିଥିଲେ। ସେମାନେ ଦୁଇ ଭାଇ। ଜଣେ ୨୮ ବର୍ଷର ନୀତିନ ଏବଂ ଅନ୍ୟ ଜଣଙ୍କ ୨୫ ବର୍ଷୀୟ ରାହୁଲ ଦାୱଣ୍ଡେ। ପରଭାନୀ ଜିଲ୍ଲା ଜିଣ୍ଟୁର ତାଲୁକର କାହ୍ନା ଗାଁରୁ ସେମାନେ ଆସିଛନ୍ତି। ସେମାନେ ମଧ୍ୟ ନବ ବୌଦ୍ଧ ଦଳିତ। ସେମାନେ ତିନି ଏକର ଜମିରେ ତୁଳାସୋୟାବିନ୍ହରଡ ଏବଂ ବିରି ଚାଷ କରିଛନ୍ତି। ରାତି ରହଣି ପାଇଁ କିଛି ସ୍ୱଛାସେବୀଙ୍କ ଜରିଆରେ ସେମାନେ ଏକ କଲେଜ ଘର ପାଇଥି ‌ଲେ। ନୀତିନ କହିଲେ, “ଆମେ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଛୁ। ଆମେ ସବୁବେଳେ ଆସିଲେ ଆମ ପିଲାମାନେ ମଧ୍ୟ ଆସିବେ ଏବଂ ପରଂପରା ବଞ୍ଚି ରହିବ।

Brothers Nitin and Rahul Dawande at Shivaji Park in Mumbai
PHOTO • Sharmila Joshi
Sandeepan Kamble
PHOTO • Sharmila Joshi

ଉଭୟ ନୀତିନ ଏବଂ ରାହୁଲ ଦାୱଣ୍ଡେ କୃଷକପରଂପରା ବଞ୍ଚାଇ ରଖିବାକୁ ସେମାନେ ଏଠିକି ଆସିଛନ୍ତିସନ୍ଦୀପନ କାମ୍ବଲେ ଜଣେ କୃଷି ଶ୍ରମିକସେ ପ୍ରଥମ କରି ଆସିଛନ୍ତି

ଗୋଧୂଳି ସମୟ। ଚୈତ୍ୟଭୂମି ଆଡକୁ ମୁହାଁଇଥିବା ଲୋକ ସଂଖ୍ୟା ହଠାତ ବଢିଗଲା। ଚାହୁଁଚାହୁଁ ଜନସମୁଦ୍ର ପାଲଟିଗଲା। ଲାଟୁର ଜିଲ୍ଲା ଆଉସା ତାଲୁକର ଉଟି ଗାଁରୁ ଆସିଥିବା ସନ୍ଦୀପନ କାମ୍ବଲେ ଭିଡରେ ଆଗକୁ ଯାଇପାରିଳେନି। ସେ ଅପେକ୍ଷା କରିବାକୁ ନିଷ୍ପତ୍ତି କରି ଗୋଟିଏ ଗଛମୂଳେ ଗାମୁଛା ପକାଇଲେ। ଏହି କୃଷି ଶ୍ରମିକ କହିଲେମୁଁ ଏଠାକୁ ପ୍ରଥମ ଥର ପାଇଁ ଆସିଛି। ମୋ ସ୍ତ୍ରୀ ଏବଂ ପିଲାମାନେ ମଧ୍ୟ ମୋ ସହ ଆସିଛନ୍ତି। ଭାବିଲି, “ ବର୍ଷ ଡିସେମ୍ବର ୬ରେ ସେମାନଙ୍କୁ ଦେଖାଇ ଆଣିବି।

 ପାର୍କ ଭିତରେ ଶେଖଙ୍କ ବୁକ୍ ଷ୍ଟଲ ପାଖରେ ଛୋଟି ଝିଅଟିଏ ଏପାଖସେପାଖ ହେଉଥାଏ। ସେ ପ୍ରାୟ ହଜି ଯାଇଥିଲା। ବଡପାଟିରେ କାନ୍ଦିକାନ୍ଦି ତା ମାକୁ ଖୋଜୁଥିଲା। କିଛି ଲୋକ ତାକୁ ଘେରିଗଲେ। ତାକୁ ଶାନ୍ତ୍ୱନା ଦେଲେ। ଝିଅଟି କେବଳ କନ୍ନଡ ଭାଷା କହିପାରୁଥିଲା। ତେବେ ଗୋଟିଏ ମୋବାଇଲ ନମ୍ବର ଦେଇ ପାରିଲା। ଜଣେ ଯୁବ ପୋଲିସ କର୍ମଚାରୀ ଆସି ତାକୁ ନେଇଗଲେ। ଯାହା ପାଇଁ କୁନି ଝିଅଟିର ଚିନ୍ତା ଥିଲା ତାହା ଅତ୍ୟନ୍ତ ସ୍ପଷ୍ଟ। ଏହି ବିରାଟ ଜନସମାବେଶ ଭିତରେ କେବେ କୌଣି ବିଶୃଙ୍ଖଳାକୌଣସି ମହିଳାଙ୍କ ପ୍ରତି ରୁକ୍ଷତା କିମ୍ବା ଉତ୍ପୀଡନର କୌଣସି ପ୍ରକାର ବାତାବରଣ ନଥାଏ। ପାଖରେ ଥିବା ଆଉ ଏକ ଷ୍ଟଲ ଭିତରକୁ ଛୋଟ ଝିଅଟିଏ ଦୌଡିଗଲା। ବେକରେ ମାଳ ପଡିଥିବା ଡକ୍ଟର ଆମ୍ବେଦକରଙ୍କ ଗୋଟିଏ ପ୍ରତିମୂର୍ତ୍ତି ସାମ୍ନାରେ ଯୋଡହସ୍ତ ଏବଂ ନତ ମସ୍ତକ ହୋଇ ବେଶ କିଛି ସମୟ ଛିଡା ହୋଇ ରହିଲା।

On the streets leading to Chaitya Bhoomi
PHOTO • Sharmila Joshi
Shaikh at his book stall
PHOTO • Sharmila Joshi
Crowds inside Shivaji Park
PHOTO • Sharmila Joshi

ଦାଦର ଚୈତ୍ୟ ଭୂମି ଯିବାକୁ ରାସ୍ତା ଉପରେ ଜନସମାଗମ ବଢୁଥିଲା(ବାମ), ଯେତେବେଳେ ଶିବାଜୀ ପାର୍କ ଭିତରେ ଷ୍ଟଲ ଗୁଡିକରେ ବିଭିନ୍ନ ସେବା ପ୍ରଦାନ କରାଯାଉଥିଲା ଏବଂ କିଛି ଲୋକ ଆମ୍ବେଦକରଙ୍କୁ ସାଲୁଟ କରୁଥିଲେ। କିଛି ଲୋକ (ଏମ୍.ଏମ୍ ଶେଖ ବୁକ୍ ଷ୍ଟଲକେନ୍ଦ୍ର ଭଳିକିଜିନିଷପତ୍ର ବିକୁଥିଲେ

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Sharmila Joshi

ଲେଖକ ପରିଚୟ: ଶର୍ମିଲା ଜୋଶୀ ପରୀରେ ସମ୍ପାଦନା ମଣ୍ଡଳିର ମୁଖ୍ୟ। ଏହା ସହିତ ସେ ଜଣେ ଲେଖକ, ଗବେଷକ ଓ ଅତିଥି ଅଧ୍ୟାପକ।

Other stories by Sharmila Joshi