କିଛି ଗ୍ରାମବାସୀ ପ୍ରଥମେ ବୀର ନାରାୟଣ ସିଂହହଙ୍କୁ ଦସ୍ୟୁ ବୋଲି କହୁଥିଲେ, କିନ୍ତୁ ଆମେ ସେହି ସ୍ଥାନ ଛାଡ଼ିବାବେଳକୁ ସେମାନଙ୍କର ସ୍ୱର ନରମ ହୋଇଯାଇଥିଲା। 

ଛତିଶଗଡ଼ ସୋନାଖାନ୍ ଗାଁର ସହସରାମ କନୱର କୁହନ୍ତି, ‘ବୀର ନାରାୟଣ ସିଂହହ? ସେ ଜଣେ ଲୁଟେରା, ଦସ୍ୟୁ ଥିଲେ। କିଛି ଲୋକ ତାଙ୍କୁ ଜଣେ ମହାନ ବ୍ୟକ୍ତି ଭାବେ ଉପସ୍ଥାପନ କରୁଛନ୍ତି। କିନ୍ତୁ ଆମେ ନୁହଁ।’ କନୱରଙ୍କ ନିକଟରେ ବସିଥିବା ଆଉ କିଛି ଲୋକ ଏକଥାରେ ସମ୍ମତି ଜଣାଇଲେ। ଆଉ କିଛି ଲୋକ ଏହିଭଳି ଟିପ୍ପଣୀ ଦେଲେ।       

ଏହା ହୃଦୟବିଦାରକ ଥିଲା। ସୋନାଖାନର ସନ୍ଧାନରେ ଆମେ ବହୁ ଦୂରରୁ ଆସିଥିଲୁ। ୧୮୫୦ ମସିହାର ମଧ୍ୟଭାଗରେ ଛତିଶଗଡ଼ରେ ହୋଇଥିବା ଏକ ଆଦିବାସୀ ଆନ୍ଦୋଳନର ଏହା କେନ୍ଦ୍ରବିନ୍ଦୁ ଥିଲା। ୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ ତାହା ଆରମ୍ଭ ହୋଇଥିଲା। ଏହା ମାଧ୍ୟମରେ ଜଣେ ସ୍ଥାନୀୟ ମହାପୁରୁଷ ସାମ୍ନାକୁ ଆସିଥିଲେ।

ଏହା ହେଉଛି ସେହି ଗାଁ ଯେଉଁଠାରେ ବୀର ନାରାୟଣ ସିଂହହ ବ୍ରିଟିଶମାନଙ୍କ ବିରୋଧରେ ବିଦ୍ରୋହ କରିଥିଲେ।

୧୮୫୦ ମସିହାରେ ମରୁଡ଼ି ଭଳି ପରିସ୍ଥିତି ଯୋଗୁ ଏଠାରେ ସ୍ଥିତି ଉକ୍ରଟ ହୋଇପଡ଼ିଥିଲା। ସ୍ଥିତି ଅତ୍ୟନ୍ତ ଖରାପ ହେବାରୁ ସ୍ଥାନୀୟ ସାମନ୍ତମାନଙ୍କ ସହ ମୁହାଁମୁହିଁ ହୋଇଥିଲେ ସୋନାଖାନର ନାରାୟଣ ସିଂହହ। ଏହି ଆଦିବାସୀ ଗାଁର ସବୁଠୁ ବୟସ୍କ ଚରଣ ସିଂହଙ୍କ ଅନୁସାରେ, ସେ କୌଣସି ଦାନ ଚାହିଁନଥିଲେ। ଚରଣ ସିଂହ ଏକମାତ୍ର ବ୍ୟକ୍ତି ଥିଲେ ଯିଏକି ନାରାୟଣ ସିଂହହଙ୍କ ସମ୍ପର୍କରେ ଏଭଳି ମନୋଭାବ ରଖିଥିଲେ। 

ସୋନାଖାନର ସବୁଠୁ ବୟସ୍କ ବ୍ୟକ୍ତି ଚରଣ ସିଂହଙ୍କ ଅନୁସାରେ, “ସେ କୌଣସି ଦାନ ଚାହିଁନଥିଲେ। ଚରଣ ସିଂହ ଏକମାତ୍ର ବ୍ୟକ୍ତି ଥିଲେ ଯିଏକି ନାରାୟଣ ସିଂହହଙ୍କ ସମ୍ପର୍କରେ ଏଭଳି ମନୋଭାବ ରଖିଥିଲେ। 

“ସେ ମହାଜନ ଓ ଜମିଦାରମାନଙ୍କୁ ସେମାନଙ୍କର ଭଣ୍ଡାର ଖୋଲିଦେଇ ଗରିବ ଲୋକଙ୍କୁ ଖାଇବାକୁ ଦେବାଲାଗି ଅନୁରୋଧ କରିଥିଲେ। ” ଅନ୍ୟ ଦୁର୍ଭିକ୍ଷଗୁଡ଼ିକ ଭଳି ସେଥର ବି ଶସ୍ୟାଗାରଗୁଡ଼ିକ ପୂର୍ଣ୍ଣ ଥିଲା। “ସେ କହିଥିଲେ ଯେ, ଯେତେବେଳେ ପ୍ରଥମ ଫସଲ ଅମଳ ହେବ, ଲୋକମାନେ ସେମାନଙ୍କୁ ଦିଆଯାଇଥିବା ଶସ୍ୟକୁ ଫେରାଇଦେବେ। କିନ୍ତୁ ମହାଜନ ଓ ଜମିଦାରମାନେ ଏପରି କରିବାକୁ ମନା କରିଦେଲେ, ସେ ଗରିବ ଲୋକଙ୍କ ନେତୃତ୍ୱ ନେଇ ଶସ୍ୟାଗାରଗୁଡ଼ିକରୁ ଶସ୍ୟ ଜବତ କରି ସେମାନଙ୍କ ମଧ୍ୟରେ ବାଣ୍ଟିଦେଲେ। ତାଙ୍କର ଏହି ସଂଘର୍ଷ ଅନ୍ୟ ଅଞ୍ଚଳକୁ ବି ବ୍ୟାପିଗଲା। ସେଠାରେ ଆଦିବାସୀମାନେ ବି ସେମାନଙ୍କର ସ୍ୱେଚ୍ଛାଚାରୀ ଶାସକଙ୍କ ବିରୋଧରେ ସ୍ୱର ଉଠାଇଲୋ

ଭୋପାଳର ବରକତଉଲ୍ଲା ବିଶ୍ୱବିଦ୍ୟାଳୟର ପ୍ରଫେସର ହିରାଲାଲ ଶୁକ୍ଳା କହନ୍ତି, “୧୮୫୭ ସିପାହୀ ବିଦ୍ରୋହର ବହୁ ପୂର୍ବରୁ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ” ପ୍ରଫେସର ଶୁକ୍ଳା ଆହୁରି ମଧ୍ୟ କହନ୍ତି ଯେ ପରେ ଏହା ସିପାହୀ ବିଦ୍ରୋହ ସହ ମିଶିଗଲା। ଏହାର ଅର୍ଥ ଛତିଶଗଡ଼ର ଆଦିବାସୀମାନେ ସେହି ସମୟରେ ନିଜକୁ ଉତ୍ସର୍ଗ କରିଥିଲେ, ଯେତେବେଳେ ବମ୍ବେ ଏବଂ କୋଲକାତାର ସଂଭ୍ରାନ୍ତ ଶ୍ରେଣୀର ଲୋକମାନେ ବ୍ରିଟିଶମାନଙ୍କର ସଫଳତା କାମନା କରି ସଭା ସମିତି ଆୟୋଜନ କରୁଥିଲେ ।

୧୮୫୭ରେ ବ୍ରିଟିଶମାନେ ନାରାୟଣ ସିଂହହଙ୍କୁ ରାୟପୁରରେ ଫାଶୀ ଦେଲେ।

ଯେଉଁ ବଳିଦାନ ଯୋଗୁ ସ୍ୱାଧୀନତା ମିଳିଲା ତାକୁ ସୋନାଖାନ୍ର ଲୋକମାନେ ଉପହାସ କରନ୍ତି ନାହିଁ। ସେମାନଙ୍କ ମଧ୍ୟରୁ ଅନେକ ଏପରି ବଳିଦାନ ଦେଇଛନ୍ତି। ଜଣେ କ୍ଷୁଦ୍ର ଚାଷୀ ଜୟସିଂହ ପାଇକରା ବିଶ୍ୱାସ କରନ୍ତି ଯେ, ବ୍ରିଟିଶ ଶାସନ ବିରୋଧରେ ଲଢ଼ିବା ଠିକ୍ ଥିଲା। ଇଏ ଆମ ଦେଶ। ଗତ ୫୦ ବର୍ଷକୁ ସେ ଖୁବ୍ ମହତ୍ୱ ଦିଅନ୍ତ, ଯଦିଓ ଗରିବ ଲୋକମାନେ ଏହାଦ୍ୱାରା ଖୁବ୍ କମ୍ ଉପକୃତ ହୋଇଛନ୍ତି। 

ସୋନାଖାନର କିଛି ଗ୍ରାମବାସୀ ଆମକୁ ସମାଧି ସ୍ଥଳକୁ ନେଇଗଲେ। 

ଏବେ ବି କ୍ଷୁଧା ସୋନାଖାନ୍ରେ ଏକ ମୁଖ୍ୟ ସମସ୍ୟା। ଯାହାକି ଛତିଶଗଡର ଅଧିକାଂଶ ଆଦିବାସୀ ଓ ଅଣଆଦିବାସୀଙ୍କ ଅନୁସାରେ ଏହାର ନାମ(ସୁନାଖଣି)କୁ ଚରିତାର୍ଥ କରୁନାହିାଁ ଶ୍ୟାମସୁନ୍ଦର କନୱରଙ୍କ ଅନୁସାରେ ଆପଣ ଆଜି ଏଠାରେ ଯେତିକି ବି ଲୋକ ଦେଖୁଛନ୍ତି ଗତ ଋତୁରେ  ଆସିଥିଲେ ତା’ଠାରୁ ଆହୁରି କମ୍ ଲୋକ ଦେଖିଥାନ୍ତେ। ସମୟ ସମୟରେ ଆମକୁ ରୋଜଗାର ପାଇଁ ଅନ୍ୟତ୍ର ଯିବାକୁ ପଡ଼ିଥାଏ। ଏଠାରେ ସାକ୍ଷରତା ଅଭିଯାନ ବିଫଳ ହେବାର ଏହା ଏକ କାରଣ । 

ଏହି ଆଦିବାସୀ ମହିଳାମାନଙ୍କ ଅନୁସାରେ ଏବେ ବି କ୍ଷୁଧା ଓ ନିମ୍ନମାନର ସ୍ୱାସ୍ଥ୍ୟସେବା ସୋନାଖାନ୍ର ପ୍ରମୁଖ ସମସ୍ୟା 

ଏକ ଅଭୟାରଣ୍ୟର ମଝିରେ ରହିଛି ସୋନାଖାନ୍ ଗାଁ। ତେଣୁ ବହୁ ଜଙ୍ଗଲ ସମ୍ପର୍କିତ ଅନେକ ପୂର୍ବ ଓ ବର୍ତ୍ତମାନର ସମସ୍ୟା ଏଠାରେ ଏବେ ବି ରହିଛି। ତେଣୁ ଆଜି ବି ଏହି ଅଞ୍ଚଳ ସେହି ମହାଜନ, ସୁଧଖୋର, ସାମନ୍ତବାଦୀ ବ୍ୟକ୍ତିଙ୍କ ଅଧୀନରେ ରହିଛି ଯେଉଁ ମାନଙ୍କ ବିରୋଧରେ ବୀର ନାରାୟଣ ସ୍ୱର ଉଠାଇଥିଲେ। ଆଉ ଜଣେ ଚାଷୀ ବିଜୟ ପାଇକରାଙ୍କ କହିବା ଅନୁସାରେ “ବେଳେ ବେଳେ ଆମକୁ ବଞ୍ଚିବା ଲାଗି ଆମ ଜମି ବି ବନ୍ଧା ପକାଇବାକୁ ହୁଏ। ”

ଏହିଭଳି ସମସ୍ୟା ଏବେ ବି ରହିଥିବାବେଳେ କାହିଁକି ତାଙ୍କ ନିଜ ଗାଁରୁ ବୀର ନାରାୟଣଙ୍କର ସ୍ମୃତି ହଜିଯାଉଛି?

ଭୋପାଳର ଜଣେ ଅଧିକାରୀଙ୍କ କହିବା ଅନୁସାରେ “୧୯୮୦ ଓ ୯୦ ଦଶକରେ ମଧ୍ୟପ୍ରଦେଶର ରାଜନୀତି ଭିତରେ ଅଧିକ ରହିଛି ତାହାର ଉତ୍ତର।” 

ଚରଣ ସିଂହ କହିଲେ, ୧୩ ବର୍ଷ ତଳେ ଏଠାକୁ ଅର୍ଜୁନ ସିଂ (ନିଜ ହେଲିକପ୍ଟରରେ) ଆସିଥିଲେ। ସେ ଏଠାରେ ଏକ ହସ୍ପିଟାଲ ଖୋଲିଥିଲେ। ଏଥର ଏପ୍ରିଲରେ ବି ଆହୁରି ବଡ ଲୋକମାନେ ଏଠାକୁ ଆସିଥିଲେ। (ମନ୍ତ୍ରୀ ହରବଂଶ ସିଂହ, କାନ୍ତିଲାଲ ଭୁରଆ ଓ ବିଦ୍ୟାଚରଣ ଶୁକ୍ଳା)। ସେମାନେ ମଧ୍ୟ ହେଲିକପ୍ଟରରେ ଆସିଥିଲେ। ଏହା ମଧ୍ୟରେ ଆଉ କିଛି ଲୋକ ମଧ୍ୟ ଆସିଛନ୍ତି। 

ବ୍ରିଟିଶ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇଥିବା ନାୟକଙ୍କ ସମ୍ପର୍କରେ ବୟସ୍କମାନେ କହୁଥିବାବେଳେ ଅନ୍ୟମାନେ ଶୁଣୁଛନ୍ତି

ରାୟପୁରରୁ ସୋନାଖାନ୍ ନିକଟସ୍ଥ ପିଥୋରା ପର୍ଯ୍ୟନ୍ତ ଯିବାପାଇଁ ସଡକ ପଥରେ ଦୁଇ ଘଣ୍ଟା ସମୟ ଲାଗେ। କିନ୍ତୁ ଗାଁରେ ପହଞ୍ଚିବା ପାଇଁ ବାକି ୩୦ କିମି ଯିବାକୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଯାଏ। ଜୟସିଂହ ପାଇକରା କହନ୍ତି, “ଗାଁରେ କେହି ଗୁରୁତର ଅସୁସ୍ଥ ହେଲେ, ଆମକୁ ଡାକ୍ତରୀ ଚିକିତ୍ସା ପାଇଁ ଜଙ୍ଗଲ ରାସ୍ତାରେ ପ୍ରାୟ ୩୫ କିମି ଦୂରକୁ ବୋହି ନେବାକୁ ପଡେ। ”

 ‘କିନ୍ତୁ ଅର୍ଜ୍ଜୁନ ସିଂହଙ୍କ ହସ୍ପିଟାଲର କ’ଣ ହେଲା?’ ଉତ୍ତର ଦେଲେ ପାଇକରା, “୧୩ ବର୍ଷ ତଳେ ଏ ଡାକ୍ତରଖାନା ଆରମ୍ଭ ହେବାପରଠାରୁ କେବେ କୌଣସି ଡାକ୍ତରଙ୍କୁ ଦେଖିବାକୁ ମିଳିନାହିଁ। ” ସେଠାରେ ଜଣେ କମ୍ପାଉଣ୍ଡର ଅଛନ୍ତି ଯିଏ କେବଳ ପ୍ରେସକ୍ରିପସନ୍ ଲେଖିଦିଅନ୍ତି। କିନ୍ତୁ ଔଷଧକୁ ବାହାରୁ କିଣିବାକୁ ପଡ଼ିଥାଏ।

ତା’ହେଲେ ସେ “ବଡ଼ଲୋକ”ମାନେ ଏଠାକୁ ଆସିବାର କାରଣ କ’ଣ? ପ୍ରକୃତରେ ସେମାନେ କ’ଣ କଲେ?

ପାଇକରା କହିଲେ, “ପ୍ରତିଥର ସେମାନେ ସମାନ କଥା ପାଇଁ ଆସନ୍ତି। ସେମାନେ ନାରାୟଣ ସିଂହହଙ୍କ ସମ୍ପର୍କରେ ଭାଷଣ ଦିଅନ୍ତି ଏବଂ କେବଳ ଗୋଟିଏ ପରିବାରକୁ, ତାଙ୍କର ଉତ୍ତରାଧିକାରୀଙ୍କୁ ଟଙ୍କା ଓ ଉପହାର ଦିଅନ୍ତି। ଆମେ କିନ୍ତୁ ସେ ଉତ୍ତରାଧିକାରୀଙ୍କୁ କେବେ ଦେଖିନାହୁଁ। ”

ଚରଣ ସିଂହ କହିଲେ, “ସେମାନେ କେବେହେଲେ ଏଠି ରହିନାହାନ୍ତି, ସେମାନେ ନିଜକୁ ନାରାୟଣ ସିଂହଙ୍କ ଉତ୍ତରାଧିକାରୀ ବୋଲି କୁହନ୍ତି, କିନ୍ତୁ ପ୍ରକୃତରେ ସେମାନେ ନାରାୟଣ ସିଂହଙ୍କ ଉତ୍ତରାଧିକାରୀ କି ନୁହେଁ କିଏ ଜାଣେ। ଏମିତିକି ସେମାନେ ଗ୍ରାମଦେବତୀଙ୍କ ମନ୍ଦିରରେ ପୂଜା ବି କରନ୍ତି ନାହିାଁ”

 “ତଥାପି ସେମାନେ ସବୁକିଛି ଉପଭୋଗ କରୁଛନ୍ତି” କହିଲେ ପାଇକରା

ମଧ୍ୟପ୍ରଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା  ପ୍ରସ୍ତୁତ ସରକାରୀ ତାଲିକା ଅନେକ ସନେ୍ଦହଜନକ। ବ୍ରିଟିଶଙ୍କ ସହ ଲଢେଇରେ ବହୁ ଆଦିବାସୀ ନିଜ ଜୀବନ ଦେଇଥିଲେ। କିନ୍ତୁ ସେହି ତାଲିକାରେ ଆଦିବାସୀଙ୍କ ନାମ ପାଇବା ଅସମ୍ଭବ। ଛତିଶଗଡ ଓ ବସ୍ତରରେ ବି ସ୍ଥିତି ସମାନ। ଯେହେତୁ ଇତିହାସ ବିଜେତାଙ୍କ ଦ୍ୱାରା ଲିଖିତ, ତେଣୁ ଏ ଆଦିବାସୀଙ୍କ ସ୍ଥାନରେ ମିର୍ଧା, ଶୁକ୍ଲା, ଅଗ୍ରୱାଲ୍, ଗୁପ୍ତା ଓ ଦୁବେ ମାନଙ୍କୁ ଇତିହାସରେ ସ୍ଥାନ ମିଳିଛି।

ଅଶୀ ଦଶକର ମଧ୍ୟ ଭାଗରେ, ମଧ୍ୟପ୍ରଦେଶର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂ, ତାଙ୍କର ଦୁଇ ଜଣ ମୁଖ୍ୟ ବିରୋଧୀ ଶୁକ୍ଲା ଭ୍ରାତାଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଥିଲେ ରାଜ୍ୟର ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶ୍ୟାମାଚରଣ ଶୁକ୍ଲା ଓ ଅନ୍ୟଜଣେ ହେଲେ ବହୁଥର କେନ୍ଦ୍ରମନ୍ତ୍ରୀ ହୋଇଥିବା ବିଦ୍ୟାଚରଣ ଶୁକ୍ଲା। ଛତିଶଗଡ ସେମାନଙ୍କର ଶେଷ ଲକ୍ଷ୍ୟ ଥିଲା ଓ ରହିଆସିଛି। ରାଜ୍ୟ କଂଗ୍ରେସରେ ନିଜର ପ୍ରଭୂତ୍ୱ ବଜାୟ ରଖିବା ପାଇଁ ସେମାନଙ୍କୁ ଟାର୍ଗେଟ୍ କରିଥିଲେ ଅର୍ଜୁନ ସିଂ। ଏବଂ ଏଥିପାଇଁ ବୀର ନାରାୟଣ ସିଂହଙ୍କୁ ସହଯୋଗୀ ଭାବେ ବାଛିଥିଲେ।

ଯଦିଓ ଇତିହାସ ପୁସ୍ତକରେ ନାରାୟଣ ସିଂହଙ୍କ ବାବଦରେ ଉଲ୍ଲେଖ ନାହିଁ, ତଥାପି ତାଙ୍କ ଅଞ୍ଚଳର ଲୋକମାନଙ୍କ ପାଇଁ ସେ ଜଣେ ପ୍ରକୃତ ନାୟକ। ତେବେ ବର୍ତ୍ତମାନ ରାଜ୍ୟ ସରକାର ତାଙ୍କୁ ମାନ୍ୟତା ଦେଇଛନ୍ତି।

ବୀର ନାରାୟଣ ସିଂହଙ୍କ ଅଭୁ୍ୟତ୍ଥାନ ଫଳରେ ଶୁକ୍ଲା ମାନଙ୍କର ପ୍ରତିପତ୍ତି କମିଲା। ତେବେ ଛତିଶଗଡର ପ୍ରକୃତ ନାୟକ କିଏ ? ଆଦିବାସୀ ନେତା ? ନା ସମ୍ଭ୍ରାନ୍ତ ଶୁକ୍ଲା ? ଛତିଶଗଡର ମହାନ ପରମ୍ପରା କାହା ସହ ସମ୍ପୃକ୍ତ? ସମସାମୟିକ ରାଜନୈତିକ ଯୁଦ୍ଧ ଭିତରେ ଏବେ ଇତିହାସ କୁଆଡେ ଲୁଚିଯାଇଛି। ବୀର ନାରାୟଣ ସିଂହଙ୍କୁ ଦେବତା ତୁଲ୍ୟ ସ୍ଥାନ ଦେଇ ଅର୍ଜୁନ ସିଂ ଶୁକ୍ଲା ମାନଙ୍କ ବିପକ୍ଷରେ ନିଜକୁ ଆଦିବାସୀଙ୍କ ପକ୍ଷଭୁକ୍ତ କରିନେଇଥିଲେ।

ରାଜ୍ୟ ପ୍ରଶାସନ ନାରାୟଣ ସିଂହଙ୍କୁ ଏକ ନୂଆ ରୂପରେ ଉପସ୍ଥାପନ କରୁଥିଲା, ଏହାର କେତେକ ସକାରାତ୍ମକ ପ୍ରଭାବ ବି ଥିଲା। ଶେଷରେ ଯଥୋଚିତ ସମ୍ମାନ ପାଇ ନଥିବା ଜଣେ ନାୟକଙ୍କୁ ତାଙ୍କର ପ୍ରକୃତ ସ୍ଥାନ ମିଳିଲା, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। କିନ୍ତୁ ସେ ଉଦ୍ଦେଶ୍ୟଗୁଡିକ ପଛରେ ନିର୍ଦ୍ଦିଷ୍ଟ ତର୍କ ରହିଥିଲା। ସୋନାଖାନରେ ନିଜର ଉତ୍ତରାଧିକାର ସାବ୍ୟସ୍ତ କରିବାକୁ ନେତାମାନଙ୍କ ଭିତରେ ଚାଲିଥିଲା ପ୍ରତିଯୋଗିତା। ଡାକ୍ତରଖାନା ଓ ଅନ୍ୟାନ୍ୟ ଅଟ୍ଟାଳିକା ଉଦଘାଟନ କରାଗଲା। କିନ୍ତୁ ସେଗୁଡିକ କେବେ ବି କାର୍ଯ୍ୟକ୍ଷମ ହୋଇନାହିଁ। ନିଯୁକ୍ତି ଓ ସହାୟତା ଘୋଷଣା ହୋଇଥିଲା। ବୀର ନାରାୟଣ ସିଂହଙ୍କ ନାମରେ ଜଳଭଣ୍ଡାର ଓ ବଗିଚାର ନାମକରଣ କରାଯାଇଥିଲା।     

କିନ୍ତୁ ଗ୍ରାମବାସୀ ଅଭିଯୋଗ କରନ୍ତି, ଏସବୁ ଦ୍ୱାରା କେବଳ ଗୋଟିଏ ପରିବାର ଉପକୃତ ହୋଇଛନ୍ତି।

ଯଦିଓ ଅନ୍ୟ ଅଞ୍ଚଳ ଗୁଡିକରେ ନାରାୟଣ ସିଂହଙ୍କ ନାଁର ପ୍ରତିଷ୍ଠା ଥିଲା, କିନ୍ତୁ ତାଙ୍କ ନିଜ ଗାଁରେ ଏହା ନିମ୍ନଗାମୀ ହୋଇଥିଲା। କେବଳ ଗୋଟିଏ ପରିବାରର ଲାଭକୁ ସୋନାଖାନବାସୀ ବିରୋଧ କରୁଥିଲେ।

ବୀର ନାରାୟଣ ସିଂହ ଯେଉଁ ରାଜନୈତିକ ବିରୋଧର ପ୍ରତୀକ ଥିଲେ, ସେସବୁ କୁଆଡେ ହଜିଯାଇଥିଲା। ଚାଟୁକାରିତାର ରାଜନୀତି ବିଜୟ ଲାଭ କରିଥିଲା। ସମ୍ଭ୍ରାନ୍ତ ମାନଙ୍କର ଚକ୍ରାନ୍ତ ଭିତରେ ଜଣେ ପ୍ରକୃତ ପାରମ୍ପରିକ ନାୟକଙ୍କର ପରିଚୟ ଲୁପ୍ତ ହୋଇଗଲା। ସେ ଯେଉଁ ଐକ୍ୟ ପାଇଁ ଲଢେଇ କରିଥିଲେ, ତାହା କୁଆଡେ, ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଅଶୀ ଦଶକ ଆରମ୍ଭ ହୋଇସାରିଥିଲା।

ଆମ ରହଣିର ଶେଷ ବେଳକୁ ଗ୍ରାମବାସୀମାନେ ନରମ ହୋଇସାରିଥିଲେ। ସେମାନଙ୍କର କ୍ରୋଧର କାରଣ ବି ଯୁକ୍ତିଯୁକ୍ତ ଥିଲା। ବିଜୟ ପାଇକରା କହିଲେ, “ନାରାୟଣ ସିଂହ ପ୍ରକୃତରେ ଜଣେ ଭଲ ଲୋକ ଥିଲେ, କିନ୍ତୁ ସେତେବେଳେ ସେ ଆମ ସମସ୍ତଙ୍କ ପାଇଁ ଲଢେଇ କରିଥିଲେ, କେବଳ ତାଙ୍କ ପରିବାର ପାଇଁ ନୁହେଁ, ସେ ନିସ୍ୱାର୍ଥପର ଥିଲେ। ତେବେ କେବଳ ଗୋଟିଏ ପରିବାର କାହିଁକି ଉପକୃତ ହେବ?”    

କୁକୁରମାନଙ୍କ ପାଖକୁ ଯାଇଥିଲୁ : ବୀର ନାରାୟଣ ସିଂହଙ୍କ ସମାଧି 

ସୋନାଖାନରେ ବୀର ନାରାୟଣ ସିଂହଙ୍କର ଦୁଇ ଥର ମୃତ୍ୟୁ ହୋଇଥିଲା। ପ୍ରଥମେ ବ୍ରିଟିଶ ସରକାରଙ୍କ ହାତରେ, ଆଉ ଦ୍ୱିତୀୟ ଥର ମଧ୍ୟ ପ୍ରଦେଶ ସରକାରଙ୍କ ଦ୍ୱାରା। ତେବେ ସେ ଉଠାଇଥିବା ସବୁ ପ୍ରସଙ୍ଗ ଆଜି ବି ଜୀବିତ ଅଛି।   

ଏହି କାହାଣୀ ୧୯୯୭ ଅଗଷ୍ଟ ୨୭ରେ ଞଷର ଞସଜ୍ଞରଗ୍ଦ କ୍ଟଲ ଓଦ୍ଭୟସବ ରେ ପ୍ରକାଶିତ ହୋଇଥିଲା।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath