ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି, ଚେର, ପତ୍ର, ଫଳ - ନିୟମଗିରି ବାର୍ଷିକ ଉତ୍ସବରେ ଏବୁକିଛି ମିଳେ। ଦକ୍ଷିଣ-ପଶ୍ଚିମ ଓଡ଼ିଶାର ରାୟଗଡ଼ା ଏବଂ କଳହାଣ୍ଡି ଜିଲ୍ଲାର ବହୁ ସଂଖ୍ୟାରେ ଆଦିବାସୀ ଏକାଠି ହୁଅନ୍ତି। 

ପ୍ରତିବର୍ଷ ୨୨ରୁ ୨୫ ମଧ୍ୟରେ ଅମଳ ଶେଷ ହୋଇଯିବା ପରେ ଡଙ୍ଗରିଆ କନ୍ଧମାନେ ନିୟମ ରାଜାଙ୍କ ପୂଜା ପାଇଁ ପ୍ରସ୍ତୁତ ହୁଅନ୍ତି। ନିମୟଗିରି ପାହାଡର ରକ୍ଷକ ହେଉଛନ୍ତି ନିୟମ ରାଜା। ଲଦ ଶିକକା କହନ୍ତି, “କେଉଁ ଅନାଦି କାଳରୁ ଏଠି ଡଙ୍ଗରିଆମାନେ ବସବାସ କରୁଛନ୍ତି ଯେତେବେଳେ ଆମ ଦୁନିଆ ଭିତରେ ସରକାର ନଥିଲେ। ଏକଦା ଆମ ଲୋକେ ଖୁବ ଖୁସି ଥିଲେ, ସ୍ୱାଧୀନ ଭାବେ ଏବଂ ସମ୍ମାନର ସହ ଜୀବନକୁ ଉପଭୋଗ କରୁଥିଲେ, ଆମ ଭାଷାରେ କଥା ହେଉଥିଲେ। ସେତେବେଳେ ଘଞ୍ଚ ଜଙ୍ଗଲ, ଝରଣା ଏବଂ ବନ୍ୟଜନ୍ତୁ ଥିଲେ। ” ଶିକୋକା ଜଣେ ଡଙ୍ଗରିଆ କନ୍ଧ ଏବଂ ନିୟମଗିରି ସୁରକ୍ଷା ସମିତିର ନେତା। ଆଦିବାସୀଙ୍କ ସୁରକ୍ଷା ଏବଂ ବକ୍ସାଇଟ୍ ଖଣି ଖନନରୁ ପାହାଡକୁ ସୁରକ୍ଷା ଦେବା ପାଇଁ ୨୦୦୩ରେ ନିୟମଗିରି ସୁରକ୍ଷ ସମିତି ଗଠନ ହୋଇଥିଲା। (See ‘The mountain, forest and streams are our gods’)

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳର ଜଣେ କର୍ମକର୍ତ୍ତା ତଥା ନିୟମଗିରି ସୁରକ୍ଷା ସମିତିର ଆବାହକ ଲିଙ୍ଗରାଜ ଆଜାଦ। ସେ କହନ୍ତି, “ ଆଦିବାସୀମାନେ ପ୍ରକୃତି ଏବଂ ପରିବେଶ ଛଡ଼ା ଅନ୍ୟ କାହାର ଉପାସନା କରନ୍ତି ନାହିଁ। କୁଇ ଭାଷାରେ ସେମାନେ ଭୂମିକୁ କହନ୍ତି ‘ଧରଣୀ ପେନୁ’- ଦେବୀ ଭାବରେ ପୂଜା କରନ୍ତି। ପର୍ବତଙ୍କୁ ଦେବତା ଭାବେ ପୂଜା କରାଯାଏ। ତାଙ୍କୁ କହନ୍ତି ‘ହୋରୁ’। ପାଣି, ପବନ, ଗଛ, ଲତା ଏସବୁ ଜୀବନର ଆଧାର। ଏମାନଙ୍କୁ ମଧ୍ୟ ପୂଜା କରାଯାଏ। ଏଥିପାଇଁ ଆମେ ନିୟମଗିରିରେ ଖଣି ଖନନକୁ ବିରୋଧ କରୁଛୁ, ଯେତେବେଳେ ଏହି ପାହାଡକୁ ସରକାର ବେଦାନ୍ତ ହାତକୁ ଟେକି ଦେବାକୁ ଚାହୁଁଛି।” 

ଓଡ଼ିଶା ସରକାରଙ୍କ ନିଜସ୍ୱ ଓଡ଼ିଶା ମାଇନିଂ କର୍ପୋରେସନ୍ ଏବଂ ବ୍ରିଟିଶ ଅନ୍ତର୍ଜାତୀୟ କମ୍ପାନୀ ଷ୍ଟେରିଲାଇଟ୍ ଇଣ୍ଡଷ୍ଟ୍ରିଜ୍ (ବର୍ତ୍ତମାନ ବେଦାନ୍ତ) ପ୍ରକଳ୍ପକୁ ଡଙ୍ଗରିଆ ଆଦିବାସୀମାନେ ଦୀର୍ଘ ଦିନ ହେବ ବିରୋଧ କରି ଆସୁଛନ୍ତି। ଲାଞ୍ଜିଗଡ ତହସିଲ ଅଞ୍ଚଳରେ ଥିବା ବେଦାନ୍ତ ରିଫାଇନାରୀ ପ୍ରକଳ୍ପ ପାଇଁ ସେମାନଙ୍କ ପବିତ୍ର ପାହାଡ଼ରୁ ବକ୍ସାଇଟ୍ (ଯାହା ଆଲୁମିନିୟମ ଉତ୍ପାଦନରେ ବ୍ୟବହୃତ ହୋଇଥାଏ) ଉତ୍ତୋଳନ ପ୍ରସ୍ତାବ ଥିଲା। ୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ୧୨ଟି ଗ୍ରାମସଭା ହୋଇଥିଲା। ଏଥିରେ ଡଙ୍ଗରିଆ ଏବଂ ଅନ୍ୟ ଆଦିବାସୀମାନେ ଖଣି ବିରୋଧରେ ଭୋଟ ଦେଇଥିଲେ। ଜୈବ ବିବିଧତାରେ ପରିପୂର୍ଣ୍ଣ ଏହି ପାହାଡରେ ଖଣି ଖନନ ପାଇଁ ଓଡ଼ିଶା ସରକାର ଲଗାତର ଭାବେ କୋର୍ଟରେ ଆବେଦନ କରି ଆସୁଛନ୍ତି।

ସେମାନେ ବେଦାନ୍ତ ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ କେବଳ ଜଙ୍ଗଲ ଏବଂ ନିୟମଗିରି ପାହାଡ଼ର ସୁରକ୍ଷା ପାଇଁ ନୁହେଁ। ସେମାନଙ୍କ ଜୀବନ, ଭାଷା, ପୋଷାକ, ସଂସ୍କୃତି ଏବଂ ଜୀବିକାର ସୁରକ୍ଷା ପାଇଁ।

ଭିଡିଓ ଦେଖନ୍ତୁ : ନିୟମଗିରି ଉତ୍ସବରେ ନାଚ ଗୀତ

ଆଜାଦ କହିଲେ, “ବେଦାନ୍ତ ବିରୋଧରେ ସେମାନଙ୍କ ଅଭିଯାନ କେବଳ ଜଂଗଲ ଏବଂ ନିୟମଗିରି ପାହାଡର ସୁରକ୍ଷା ପାଇଁ ନଥିଲା। ସେମାନଙ୍କ ଜୀବନ, ଜୀବିକା, ଭାଷା, ପୋଷାକ ଏବଂ ସଂସ୍କୃତିର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଥଲା।” ସେ କହନ୍ତି, “ଉଭୟ ମଣିଷ ଏବଂ ଜୀବଜନ୍ତୁ ତିଷ୍ଠି ରହିବା ପାଇଁ ପାଣି ପବନ, ଜଙ୍ଗଲ, ନିଆଁ, ମାଟି ଏବଂ ଆକାଶ ଗୋଟିଏ ଗୋଟିଏ ଉପାଦାନ। ଏହାକୁ ଆଦିବାସୀମାନେ ଉପଲବ୍ଧି କରିଛନ୍ତି। ସେମାନେ କେବଳ ଏକଥା ଭାବନ୍ତି ନାହିଁ, ସେମାନଙ୍କ ଦୈନନ୍ଦିନ କାର୍ଯ୍ୟକଳାପରେ ଏହା [ଏହି ଦର୍ଶନ] ପ୍ରତିଫଳିତ ହୋଇଥାଏ।” 

ଅଣଆଦିବାସୀ ସଂସ୍କୃତି ସହ ଡଙ୍ଗରିଆଙ୍କ ଭାବବିନିମୟ ଫଳରେ ସେମାନଙ୍କ ଦର୍ଶନ ପ୍ରତି ଅଧିକରୁ ଅଧିକ ଲୋକ ଆକର୍ଷିତ ହୋଇଛନ୍ତି। ସେମାନଙ୍କ ଐତିହାସିକ ଖଣି ବିରୋଧୀ ଆନ୍ଦୋଳନ ନିୟମରାଜା ଉତ୍ସବକୁ ଏକ ବଡ଼ ପର୍ବରେ ପରିଣତ କରିଛି। ଏହା ଏବେ ଗଣମାଧ୍ୟମ ପ୍ରତିନିଧି ଏବଂ ଅନେକ କର୍ମକର୍ତ୍ତାଙ୍କ କ୍ୟାଲେଣ୍ଡରରେ ସ୍ଥାନ ପାଇଛି। 

ନିୟମଗିରି ପାହାଡ଼ ଉପରେ ହେଉଥିବା ଏହି ଉତ୍ସବ ଏବେ ଜଳ, ଜଂଗଲ ଏବଂ ଜମି ସୁରକ୍ଷା ଆନ୍ଦୋଳନର ଏକ ଅନୌପଚାରିକ ମଞ୍ଚ ପାଲଟିଛି। ଏଡି ଉତ୍ସବରେ ଏବେ ବିଭିନ୍ନ ରାଜ୍ୟ ଏବଂ ଦିଲ୍ଲୀ, କୋଲକାତା, ଭୁବନେଶ୍ୱର ଏବଂ ବରଗଡ଼ ଭଳି ବିଭିନ୍ନ ସହରର ଲୋକେ ସାମିଲ ହେଉଛନ୍ତି। ଏହି ଉତ୍ସବରେ ସାମିଲ ହୋଇଥିବା କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଜଣେ ଯୁବ କର୍ମକର୍ତ୍ତା ହେଉଛନ୍ତି ସତ୍ୟ ମାହାର। ତାଙ୍କ କହିବା କଥା ଏହା ଏକତାର ଉତ୍ସବ। ଉଭୟ ଓଡ଼ିଶା ଏବଂ ଭାରତ ପାଇଁ ଅଭିଯାନର ଏକତା। 

କିନ୍ତୁ ଏହି ଉତ୍ସବରେ ସବୁଠୁ ଅଧିକ ଅଂଶଗ୍ରହଣକାରୀ ହେଉଛନ୍ତି ସାତଟି ପଞ୍ଚାୟତର ଲୋକ। ଏହି ପଞ୍ଚାୟତଗୁଡିକ ହେଉଛି  ମୁନିଖାଲ, ଦହିଖାଲ, ହାଟମୁନିଗୁଡ଼ା, କୁର୍ଲି, ସାନଖେମୁଣ୍ଡି, ପାର୍ସାଲୀ ଏବଂ ତ୍ରିଲୋଚନପୁର। ନିମୟଗିରି ପାହାଡ଼ ଉପରେ ପ୍ରାୟ ୧୦୦ଟି ଡଙ୍ଗରିଆ ଗାଁ ରହିଛି। ପାହାଡ ପାଦ ଦେଶରେ ରହିଛି ୧୮୦ଟି ଗାଁ। ପ୍ରତି ଗାଁରେ ୧୦ରୁ ୩୦ଟି ପରିବାର ରହନ୍ତି। 

ଏହି ଉତ୍ସବ ପାଇଁ ପ୍ରତି ପରିବାରକୁ ୩୦ ଟଙ୍କା ଚାନ୍ଦା ଦେଇଥାନ୍ତି; ଏହା ସହ ପ୍ରତି ପରିବାର ଡାଲି ଚାଉଳ ଦିଅନ୍ତି। ଏହା ଏକ ଆଦିବାସୀ ଗୋଷ୍ଠୀକୁ ଦିଆଯାଏ । ଏହି ଗୋଷ୍ଠୀ ରୋଷେଇ ପ୍ରସ୍ତୁତ କରେ। ଉତ୍ସବରେ ଯୋଗ ଦେଇଥିବା ସବୁ ଲୋକଙ୍କୁ ଭାତ, ଡାଲି ଏବଂ ତର୍କାରୀ ପରସା ଯାଇଥାଏ। ନିୟମ ରାଜାଙ୍କ ପାଖରେ ବଳି ପଡ଼ିଥିବା ପଶୁ ପକ୍ଷୀଙ୍କ ମାଂସ ମଧ୍ୟ ତରକାରୀ ହୋଇ ଲୋକଙ୍କୁ ଦିଆଯାଇଥାଏ। 

ଆଘାତ ପାଇଥିବା ଏହି ଡଙ୍ଗରିଆ ଆଦିବାସୀଙ୍କ ସଂସ୍କୃତିକୁ ଏହି ଉତ୍ସବ ପୁନର୍ଜୀବିତ କରୁଛି। ଲଦ କହିଲେ, “ ଏହି ଉତ୍ସବକୁ ଆମେ ଖୁବ ଉପଭୋଗ କରୁ, ଆମ ଦେବାଦେବୀମାନେ ମଧ୍ୟ। ପର୍ବତ ଦେବତା ଖୁସି, ନଦୀ ଦେବତା, ଭୂମି ଦେବତା ଏବଂ ଜଂଗଲ ଦେବତା, ସମସ୍ତେ ଖୁବ୍ ଖୁସି ହୁଅନ୍ତି। ଏହି ଉତ୍ସବ ସମସ୍ତଙ୍କୁ ଖୁସି କରେ। ” 

Tribal women walking in a field with a load on their heads
PHOTO • Purusottam Thakur

ନିୟମଗିରି ବାର୍ଷିକ ଉତ୍ସବ ପାଇଁ ପାହାଡ଼ ଉପରକୁ ଅଁଳାଭଟ୍ଟ ଗାଁ ପାଖ ରାସ୍

Three tribal women, who are priests, dancing after conducting their rituals
PHOTO • Purusottam Thakur

ଡଙ୍ଗରିଆ ଆଦିବାସୀଙ୍କ ମହିଳା ପୂଜକ ବେଜଣୀ। ପୂଜା ପରେ ଏମାନେ ନିୟମ ରାଜାଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ନୃତ୍ୟ ପରିବେଶଣ କରନ୍ତି।

Tribal men dancing with their axes
PHOTO • Purusottam Thakur

ଡଙ୍ଗରିଆ କନ୍ଧମାନେ ଟାଙ୍ଗିଆକୁ ସମ୍ମାନ କରନ୍ତି; ଏହା କାମ କରିବାରେ ହତିଆର ଭାବେ ବାଦ୍ୟ ଯନ୍ତ୍ର ଭାବେ ବ୍ୟବହୃତ ହୋଇଥାଏ। 

People sitting and resting in the shade of trees
PHOTO • Purusottam Thakur

ଆଦିବାସୀମାନେ କିଶୋରମାନେ ଉତ୍ସବ ସ୍ଥଳରେ ସେମାନଙ୍କ ଜାଗା ବାଛି ନେଇଛନ୍ତି, ଚାରିପାଖରେ ବେଢି ହୋଇ ବସିଛନ୍ତି ଏବଂ କେତେକ ଗଛରେ ଚଢିଛନ୍ତି

Tribal women cooking in an open field
PHOTO • Purusottam Thakur

ଆଦିବାସୀମାନେ ଖୋଲା ସ୍ଥାନରେ ଭାତ, ଡାଲି, ତରକାରୀ ଏବଂ ମାଂସ ପ୍ରସ୍ତୁତ କରୁଛନ୍ତି। ଉତ୍ସବରେ ଯୋଗ ଦେଇଥିବା ସବୁ ଲୋକଙ୍କ ପାଇଁ ରୋଷେଇ ହେଉଛି। 

Rice being stored on a wooden platform
PHOTO • Purusottam Thakur

ଭାତ ରନ୍ଧା ହେବା ପରେ କାଠରେ ତିଆରି ଏକ ଛାଞ୍ଚ ଉପରେ ରଖାଯାଇଛି।

Tribal women walking uphill carrying water on their heads
PHOTO • Purusottam Thakur

ରୋଷେଇ ପାଇଁ ପ୍ରାୟ ଅଧ କିଲୋମିଟର ଦୂରରୁ ଏକ ଝରଣା ପାଖରୁ ପାଣି ଆସେ। ଏହି କଠିନ କାର୍ଯ୍ୟ ସ୍ୱଇଛାରେ କରାଯାଇଥାଏ। 

Tribal women wearing their colourful jewellery
PHOTO • Purusottam Thakur

ଆଦିବାସୀମାନେ ଉତ୍ସବ ପାଇଁ ପାରମ୍ପରିକ ପୋଷାକ ଏବଂ ଗହଣା ପିନ୍ଧି ପ୍ରସ୍ତୁତ ହେଉଛନ୍ତି

A young tribal girl wearing her traditional jewellery
PHOTO • Purusottam Thakur

ନୂଆ ପିଢିର ଡଙ୍ଗରିଆମାନେ ଏହି ପରମ୍ପରାରେ ସମାନ ଭାବେ ସାମିଲ ହୋଇଛନ୍ତି

A tribal man wearing necklaces and a nose ring
PHOTO • Purusottam Thakur

ଡଙ୍ଗରିଆଙ୍କ ଦର୍ଶନରେ ଲିଙ୍ଗଗତ ପ୍ରଭେଦ ନାହିଁ। ଉତ୍ସବ ପାଇଁ ପୁରୁଷ ଏବଂ ମହିଳାମାନେ ସଜେଇ ହୋଇଛନ୍ତି; ମହିଳା ଓ ପୁରୁଷଙ୍କର ସମାନ ପୋଷାକ ଏବଂ ଅଳଙ୍କାର

A tribal woman and a young tribal girl in their traditional attire
PHOTO • Purusottam Thakur

ଗୋଟିଏ ପରିବାରର ଦୁଇ ପିଢି, ତାଙ୍କ ବେଶ ପୋଷାକ ସ୍ୱତନ୍ତ୍ର, ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି

Tribals huddled next to a campfire in the evening
PHOTO • Purusottam Thakur

ନିୟମଗିରି ପାହାଡ ଉପରେ ଅଁଳାଭଟ୍ଟ ଗାଁ ପାଖ ଉତ୍ସବ ସ୍ଥଳ; ଏହା କୌଣସି ଗାଁ ଏବଂ ଘରଠାରୁ ଦୂରରେ ହୋଇଥିବାରୁ ଆଦିବାସୀମାନେ ଖୋଲାରେ ଶୋଇଛନ୍ତି। ଉଷୁମ ପାଇଁ ଏବଂ ଗପସପ କରିବାକୁ ସଂଧ୍ୟାରେ ନିଆଁ ଜଳାଯାଏ।

Tribals standing around a campfire at night
PHOTO • Purusottam Thakur

ଉପଯୁକ୍ତ ସାଥୀ ବାଛିବାକୁ ରାତିରେ ଦଳଦଳ ହୋଇ ବାହାରେ ଶୋଇଥିବା ଡଙ୍ଗରିଆ ଯୁବତୀମାନଙ୍କ ପାଖକୁ ଯୁବକମାନେ ଯାଇଥାନ୍ତି

Groups of tribals sitting on the ground after the festivities
PHOTO • Purusottam Thakur

ନିୟମଗିରି ପାହାଡ଼ ଉପରେ ଦଳଦଳ ହୋଇ ରାତି କାଟିଥିବା ଲୋକେ ଭୋର ସମୟରେ ଲିଭିଲିଭି ଆସୁଥିବା ନିଆଁ ଚାରିପାଖରେ ବସିଛନ୍ତି। 

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପୁରୁଷୋତ୍ତମ ଠାକୁର ୨୦୧୫ ମସିହାରେ ପରି ପାଇଁ ମୁକ୍ତବୃତ୍ତ ସାମ୍ବାଦିକ, ଫଟୋଗ୍ରାଫର ଏବଂ ପ୍ରମାଣିକ ଚଳଚ୍ଚିତ୍ର ନିର୍ମାତା ଭାବରେ ଛତିଶଗଡ଼ ଓ ଓଡ଼ିଶାରୁ ରିପୋର୍ଟ କରୁଥିଲେ। ସେ ମଧ୍ୟ ଅଜିମ୍ ପ୍ରେମଜୀ ଫାଉଣ୍ଡେସନ ପାଇଁ କାର୍ଯ୍ୟ କରୁଛନ୍ତି।

Other stories by Purusottam Thakur