ମହିଳାମାନେ ଆଣିଥିବା ଏହି ବାଉଁଶଗୁଡିକ ସେମାନଙ୍କଠାରୁ ତିନି ଗୁଣ ଉଚ୍ଚା। ଝାଡ଼ଖଣ୍ଡ ଗୋଡ୍ଡାର ଏହି ସପ୍ତାହିକ ଗ୍ରାମାଞ୍ଚଳ ହାଟକୁ ପ୍ରତି ମହିଳା ଏଥିରୁ ଗୋଟିଏ କିମ୍ବା ଦୁଇଟି ଆଣିଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ୧୨ କିଲୋମିଟର ଚାଲିଚାଲି ଆସି ଏଠାରେ ପହଞ୍ଚିଛନ୍ତି। କିଏ ମୁଣ୍ଡରେ ତ ଆଉ କିଏ କାନ୍ଧରେ ବୋହି ଆଣିଛନ୍ତି। ଏଠାକୁ ଆଣିବା ପୂର୍ବରୁ ବାଉଁଶକୁ ଚିରିବାରେ ମଧ୍ୟ କିଛି ଘଣ୍ଟାର ପରିଶ୍ରମ କରିଛନ୍ତି। 

PHOTO • P. Sainath

ଏସବୁ ପରିଶ୍ରମ କରି ସେମାନେ ଯଦି ସଂଧ୍ୟାକୁ ୨୦ ଟଙ୍କା (୪୦ ସେଣ୍ଟ) ପାଆନ୍ତି ତା’ହେଲେ ଭାଗ୍ୟବାନ। ଗୋଡ୍ଡାର ଆଉ ଏକ ହାଟ। ଏଠାକୁ ଆସିଥିବା କିଛି ମହିଳା ଆଉ ଟିକେ କମ୍ ରୋଜଗାର କରନ୍ତି। ମହିଳାମାନେ ଏଠାକୁ ପତ୍ରସବୁକୁ ଲମ୍ବାଲମ୍ବା ବିଡ଼ା ବାନ୍ଧି ମୁଣ୍ଡରେ ଆଣିଥିଲେ। ଏସବୁ ପତ୍ରକୁ ସେସମାନେ ନିଜେ ସଂଗ୍ରହ କରି ସିଲେଇ କରିଥିଲେ। ପତ୍ରରେ ଖୁବ୍ ସୁନ୍ଦର ଖାଇବା ଥାଳି ପ୍ରସ୍ତୁତ କରିଥିଲେ। ଚା ଦୋକାନ, ହୋଟେଲ ଏବଂ କ୍ୟାଣ୍ଟିନ୍ରେ ଏସବୁ ୧୦୦ ଟିକିଆ ବିଡ଼ାରେ ବିକ୍ରି ହୁଏ। ମହିଳାମାନେ ଏଥିରୁ ୧୫ ରୁ ୨୦ ଟଙ୍କା ପାଉଥିବେ (୩୦ ରୁ ୪୦ ସେଣ୍ଟ)। ପରବର୍ତ୍ତୀ ସମୟରେ ଆପଣ ରେଲୱେ ଷ୍ଟେସନ୍ରେ ଏଥିରେ ଖାଇଲେ, ଏଠାକୁ ଏସବୁ କେମିତି ଆସୁଛି ଜାଣି ପାରିବେ। 

PHOTO • P. Sainath

ସମସ୍ତ ମହିଳା ଦୀର୍ଘ ପଥ ଚାଲି ଚାଲି ଆସିଥାନ୍ତି। ଘରେ ମଧ୍ୟ ସେମାନଙ୍କର ବହୁ ଦାୟିତ୍ଵ ରହିଛି। ହାଟ ଦିନ କାର୍ଯ୍ୟଚାପ ଖୁବ ଅଧିକ। ଏଠି ସାପ୍ତାହିକ ହାଟ ବସିଥାଏ। ଜିନିଷ ବିକ୍ରି ପରବର୍ତ୍ତୀ ସାତ ଦିନ ପାଇଁ ସଉଦା କିଣି ଘରକୁ ନିଅନ୍ତି। ସେମାନେ ଅଲଗା ଚାପର ମଧ୍ୟ ସମ୍ମୁଖୀନ ହୁଅନ୍ତି। କେବେକେବେ ସେମାନେ ଛୋଟ ଛୋଟ ଆବଶ୍ୟକତା ପାଇଁ ଗାଁ ସାହୁକାର ପାଖକୁ ଯାଆନ୍ତି। ସାହୁକାର ସେମାନଙ୍କ ସହ ବଦମାସି କରେ। ଯାହା ବେଳେବେଳେ ଅସହ୍ୟ ହୋଇଥାଏ। 

PHOTO • P. Sainath

ଧାର ନେଇଥିବା ଲୋକଙ୍କୁ ବିକ୍ରି କରିବା ପାଇଁ ଅନ୍ୟମାନେ ଏକ ପ୍ରକାର ବାଧ୍ୟ ହୋଇ ଚୁକ୍ତି କରିଥାନ୍ତି। ସେମାନେ ଅଧିକାଂଶ ସମୟରେ ଦୋକାନ ଆଗରେ ଅପେକ୍ଷା କରି ବସିଥାନ୍ତି। ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଜଣେ ସ୍ଥାନୀୟ ଆଦିବାସୀ ମହିଳା ଦେକାନ ଆଗରେ ବସିଛନ୍ତି। ସେଠି ସେ ଅନେକ ଘଣ୍ଟା ହେବ ଅପେକ୍ଷା କରିଛନ୍ତି। ଗୋଟିଏ ଆଦିବାସୀ ସଂପ୍ରଦାୟର ଅନେକ ଲୋକ ଗାଁ ମୁଣ୍ଡ ରାସ୍ତାରେ ହାଟକୁ ମୁହାଁଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ବେପାରୀଙ୍କଠାରୁ ଅଗ୍ରୀମ ଟଙ୍କା ଆଣିଥାନ୍ତି। ସେଥିପାଇଁ ନିଜ ଉତ୍ପାଦର ମୂଲେଇ କରିବାର ଶକ୍ତି ହରାଇଥାନ୍ତି। 

PHOTO • P. Sainath

ଏହାପରେ ବଦମାସି ରହିଛି, ହାଟ ବଜାରରେ ବିକ୍ରି କରୁଥିବା ଏହି ମହିଳାମାନେ ପ୍ରାୟ ସବୁଠି ଯୌନ ଶୋଷଣର ଶିକାର ହୁଅନ୍ତି। ଏଠି କେବଳ ପୋଲିସ ନୁହେଁ, ବନରକ୍ଷୀମାନେ ମଧ୍ୟ। 

ଓଡ଼ିଶା ମାଲକାନଗିରିରେ ବଣ୍ଡା ମହିଳାମାନେ ଦିନେ ବଜାରରେ ନିରାଶ ହୋଇପଡ଼ିଥିଲେ। ତେବେ ସେମାନେ ଓଜନିଆ ଗଣ୍ଡିକୁ ବଳ ଲଗାଇ ବସ୍ ଛାତକୁ ଚଟାପଟ ଉଠାଇନେଲେ। ତାଙ୍କ ଗାଁଠାରୁ ନିକଟତମ ବସଷ୍ଟାଣ୍ଡ ଅଳ୍ପ ଦୂର ହୋଇଥିବାରୁ ପରେ ସେମା​ନେ ଏହାକୁ ଦୂର ବାଟକୁ ନେଇପାରିବେ। 

PHOTO • P. Sainath

ଝାଡ଼ଖଣ୍ଡ ପାଲାମୁ ହାଟକୁ ଯାଉଥିବା ମହିଳା ଜଣଙ୍କ ବାଉଁଶ, ତାଙ୍କ ଛୁଆ ଏବଂ ଖରାବେଳ ଖାଇବା ପାଇଁ ଅଳ୍ପ କିଛି ଖାଦ୍ୟ ସାଙ୍ଗରେ ନେଇ ଯାଉଥିଲେ। ଆଉ ଗୋଟିଏ ପିଲାକୁ ମଧ୍ୟ ସେ ଦେହରେ ବାନ୍ଧି ଦେଇଥିଲେ। 

PHOTO • P. Sainath

ଗ୍ରାମାଞ୍ଚଳରେ କାମ କରୁଥିବା ଲକ୍ଷଲକ୍ଷ ମହିଳାଙ୍କ ରୋଜଗାର ଖୁବ୍ କମ୍। ଏହି ରୋଜଗାରରେ ସେମାନଙ୍କର ପରିଶ୍ରମ ଏବଂ ସ୍ୱଛତା ରହିଛି। କିନ୍ତୁ ଏଥିରେ ପରିବାର ଚଳିବା ଏକ ପ୍ରକାର ଅସମ୍ଭବ। 

ଆନ୍ଧ୍ର ପ୍ରଦେଶର ବିଜୟନଗରମରେ ଚିକେନ୍ କାଟୁଥିବା ଏବଂ ବିକ୍ରି କରୁଥିବା ଏହି ଝିଅଟିର ବୟସ ୧୩ ବର୍ଷ। ତାଙ୍କ ଭଳି ତାଙ୍କ ପଡୋଶୀମାନେ ସେହି ଗୋଟିଏ ବଜାରରେ ପରିବା ବିକ୍ରି କରୁଛନ୍ତି। କିନ୍ତୁ ସେହି ସମାନ ବସୟର ତାଙ୍କର ସଂପର୍କୀୟ ପୁଅମାନେ ସ୍କୁଲ ଯିବାର ସୁଯୋଗ ପାଇଛନ୍ତି। ବଜାରରେ ନିଜର ଉତ୍ପାଦ ବିକ୍ରି କରିବା ଛଡ଼ା ଏହି ଝିଅମାନେ ଖୁବ୍ ଅଧିକ ଘର କାମ ମଧ୍ୟ କରିଥାନ୍ତି। 

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath