ଦୃଶ୍ୟ କାର୍ଯ୍ୟ, ଅଦୃଶ୍ୟ ମହିଳାକୁ ସ୍ୱାଗତ

PHOTO • P. Sainath
PHOTO • P. Sainath
Tribal woman carrying firewood on head
PHOTO • P. Sainath
PHOTO • P. Sainath

ସଂପୂର୍ଣ୍ଣ ପ୍ରଦର୍ଶନୀରେ ଲାଗିଥିବା ଫଟୋଗୁଡ଼ିକ ଗ୍ରାମାଞ୍ଚଳ ମହିଳାମାନଙ୍କର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟର ଚିତ୍ରଣ କରୁଛି। ଏହି ସମସ୍ତ ଚିତ୍ର ୧୯୯୩ ରୁ ୨୦୦୨ ମଧ୍ୟରେ ଉତ୍ତୋଳନ କରାଯାଇଛି। ଭାରତର ୧୦ଟି ରାଜ୍ୟରେ ଉଠାଯାଇଥିବା ଏହି ଚିତ୍ରଗୁଡ଼ିକ ପି.ସାଇନାଥ ଉତ୍ତୋଳନ କରିଛନ୍ତି। ଏସବୁ ଆର୍ଥିକ ସଂସ୍କାରର ପ୍ରଥମ ଦଶନ୍ଧି ଏବଂ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା ଆରମ୍ଭ ହେବାର ଦୁଇ ବର୍ଷ ପୂର୍ବ ସମୟର ଫଟୋ।  

୪ଟି ଭାଗରେ ବିଭାଗୀକରଣ ହୋଇଥିବା ଏହି ଫଟୋ ପ୍ରଦର୍ଶନୀକୁ ୨୦୦୨ ଠାରୁ ଆଜି ପର୍ଯ୍ୟନ୍ତ ଭାରତରେ ୭ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ପ୍ରଦର୍ଶନୀର ସ୍ଥାନ ଭିତରେ ରହିଛି ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, କାରଖାନା ଗେଟ୍, କୃଷି ଶ୍ରମିକ ଏବଂ ଅନ୍ୟ ଶ୍ରମିକଙ୍କ ଶୋଭାଯାତ୍ରା, ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ। ପ୍ରଥମ ଥର ପାଇଁ ଏହାର କମ୍ପ୍ୟୁଟରୀକରଣ କରାଯାଇ ଗୋଟିଏ ସ୍ଥାନରେ ଉପସ୍ଥାପନ କରାଯାଇଛି। 

ଦୃଶ୍ୟ କାର୍ଯ୍ୟ, ଅଦୃଶ୍ୟ ମହିଳା। ଏହା ବୋଧହୁଏ ଏହି ଧରଣର ପ୍ରଥମ ଫଟୋ ପ୍ରଦର୍ଶନୀ, ଯାହା ସଂପୂର୍ଣ୍ଣ ଭାବେ କମ୍ପ୍ୟୁଟରୀକରଣ ହୋଇଛି। (ଖୁବ ସଂକ୍ଷିପ୍ତ ଲେଖା ଏବଂ ବଡ଼ ଚିତ୍ର) ଏହା କମ୍ପ୍ୟୁଟରରେ ନିଜର ସୃଜନଶୀଳତାକୁ ଉପସ୍ଥାପନ କରୁଛି। ପ୍ରତିଟି ପ୍ୟାନେଲରେ ହାରାହାରି ୨-୩ ମିନିଟ୍ର ଏହାର ନିଜସ୍ୱ ଭିଡ଼ିଓ ରହିଛି। ପ୍ରଦର୍ଶନୀର ଶେଷ ପ୍ୟାନେଲରେ ରହିଛି ୭ ମିନିଟ୍ର ଭିଡ଼ିଓ। 

ଉପସ୍ଥାପନା ଏଭଳି ହୋଇଛି, ଯେଉଁଠି ଜଣେ ଦର୍ଶକ ଭିଡିଓର ସମୀକ୍ଷା କରିପାରିବେ, ଫଟୋଗ୍ରାଫରଙ୍କ ବିବରଣୀ ଶୁଣିପାରିବେ, ସୂଚନା ପଢିପାରିବେ ଏବଂ ପ୍ରତ୍ୟେକ ଫଟୋକୁ ଏହାର ମାନ ବୃଦ୍ଧି କରି ଦେଖିପାରିବେ। 

ଭିଡିଓ ଦେଖିବା ପରେ ଏହି ପୃଷ୍ଠାକୁ ତଳକୁ ଖସାଇ ଏପରି କରିହେବ। ପ୍ରତି ପ୍ୟାନେଲରେ ଭିଡିଓ ତଳକୁ ଥିବା ପୃଷ୍ଠାରେ ମୌଳିକ ଫଟୋ ଏବଂ ବିବରଣୀ ସ୍ଥାନ ପାଇଛି। 

ଆପଣ ଚାହିଁଲେ ନିମ୍ନରେ ଦିଆଯାଇଥିବା ପ୍ରତି ଲିଙ୍କରେ କ୍ଲିକ୍ କରି ଏକ ସମୟରେ ଗୋଟିଏ ପ୍ୟାନେଲକୁ ସଂପୂର୍ଣ୍ଣ ଦେଖିପାରିବେ। ଆପଣ ଯେମିତି ଇଛା କରିବେ ସେମିତି ଦେଖିପାରିବେ। ନିରବଛିନ୍ନ ଭାବେ ଗୋଟିଏ ଭିଡିଓରେ ପୂରା ପ୍ରଦର୍ଶନୀ ମଧ୍ୟ ଦେଖିପାରି​ବେ। ତଳେ ଲିଙ୍କ ଦିଆଗଲା। 

PHOTO • P. Sainath
PHOTO • P. Sainath
PHOTO • P. Sainath
Woman carrying firewood with child behind
PHOTO • P. Sainath
PHOTO • P. Sainath
PHOTO • P. Sainath

ପ୍ୟାନେଲ ୭: ବଜାର ରୁ ବଜାର ... 

PHOTO • P. Sainath
PHOTO • P. Sainath

ପ୍ୟାନେଲ ୯ ଏ: ଗୋଧୂଳି ପର୍ଯ୍ୟନ୍ତ 

Woman ‘safai karamchari’ sweeping road
PHOTO • P. Sainath

ପ୍ୟନେଲ ୯ ବି: ସଫେଇ 

PHOTO • P. Sainath

କିମ୍ବା ଗୋଟିଏ ଦୃଶ୍ୟରେ ସମସ୍ତ ଜିନିଷ (୩୨ ମିନିଟ୍ ମଧ୍ୟରେ ଗୋଟିଏ ପରେ ଗୋଟିଏ ପ୍ୟାନେଲ୍ରେ ଘଟଣାକ୍ରମ ଅନୁସାରେ ସଂପୂର୍ଣ୍ଣ ଉପସ୍ଥାପନା)। ବିବରଣୀ ପଢିବା ପାଇଁ ପ୍ରତ୍ୟେକ ପ୍ୟାନେଲ ପୃଷ୍ଠାକୁ ଯିବାକୁ ହେବ। କିନ୍ତୁ ଏଠାରେ ପୂରା ୩୨ ମିନିଟ୍ର ସଂପୂର୍ଣ୍ଣ ପ୍ରଦର୍ଶନୀ ପାଇଁ ଲିଙ୍କ୍ ଦିଆଗଲା। 

PHOTO • P. Sainath

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath