ତାମିଲନାଡୁ ପୁଡୁକୋଟ୍ଟାଇରେ ଏକ ସାଇକେଲ୍ ଚାଳନା ତାଲିମ୍ କ୍ୟାମ୍ପରେ ସାଇକେଲ୍ ଚାଳନା ଶିଖିବାକୁ ସେ ତାଙ୍କର ସବୁଠାରୁ ଭଲ ଶାଢ଼ୀ ପିନ୍ଧି ଆସିଥିଲେ। ଏହି ଭଲ କାମକୁ ନେଇ ସେ ଖୁବ୍ ଉଲ୍ଲସିତ। ତାଙ୍କ ଜିଲ୍ଲାର ପ୍ରାୟ 4000 ଗରିବ ମହିଳା ସେହି ଖାଦାନକୁ ନିୟନ୍ତ୍ରଣକୁ ନେବାକୁ ଆସିଥିଲେ, ଯେଉଁଠି ସେମାନେ ଦିନେ ଗୋତି ଶ୍ରମିକ ଭାବେ କାମ କରୁଥିଲେ। ରାଜନୈତିକ ଦୃଷ୍ଟିରୁ ସଚେତନ ଗୋଟିଏ ସାକ୍ଷରତା ଅଭିଯାନ ସହ ସେମାନଙ୍କ ସମୂହ ସଂଘର୍ଷ, ପୁଡୁକୋଟ୍ଟାଇକୁ ଏକ ଉନ୍ନତ ସ୍ଥାନ ଭାବେ ଗଢ଼ିତୋଳିଛି। 

Woman cycling as crowd looks on
PHOTO • P. Sainath

ସମ୍ପଦ ସବୁ ଉପରେ ମାଲିକାନା ଓ ନିୟନ୍ତ୍ରଣ ଥିଲା ମୁଖ୍ୟ ଉଦ୍ଦେଶ୍ୟ ଏବଂ ଏବେ ବି ତାହା ରହିଛି। ଯଦି ଲକ୍ଷ ଲକ୍ଷ ଗ୍ରାମୀଣ ମହିଳାଙ୍କର ଜୀବନରେ ଉନ୍ନତି ଆଣିବାକୁ ଅଛି ତେବେ, ଏହି ଅଧିକାର ସବୁକୁ ପ୍ରଥମେ ଧ୍ୟାନ ଦେବାକୁ ହେବ।  

ମଧ୍ୟପ୍ରଦେଶର ଝାବୁଆର ଏହି ଗୋଷ୍ଠୀ ଏକ ସମସ୍ତ ମହିଳା ପଞ୍ଚାୟତ (ଗାଁ ପରିଷଦ)। ନିଶ୍ଚିତ ଭାବେ, ସ୍ଥାନୀୟ ପ୍ରଶାସନରେ ଏମାନଙ୍କ ସଂପୃକ୍ତି ସେମାନଙ୍କର ସ୍ଥିତି ଓ ବ୍ୟକ୍ତି ସ୍ଵାଭିମାନକୁ ଉନ୍ନତ କରିଛି। କିନ୍ତୁ ସେମାନଙ୍କ  ଗାଁଗୁଡ଼ିକରେ ସେମାନଙ୍କର ପ୍ରଭାବ ସେହିପରି ସୀମିତ ରହିଛି। ସେମାନଙ୍କର ମାଲିକାନା ଓ ନିୟନ୍ତ୍ରଣ ଖୁବ୍ କମ୍। ଉଦାହରଣ ସ୍ଵରୂପ ସେମାନଙ୍କର ଜମିରେ କୌଣସି ଅଧିକାର ନାହିଁ। ଏବଂ ଅନେକ କ୍ଷେତ୍ରରେ ଆଇନରେ ଥିଲେ ବି ସେମାନଙ୍କର ଅଧିକାରକୁ କୌଣସି ମାନ୍ୟତା ମିଳେନାହିଁ। କଣ ହେବ ଯେତେବେଳେ ଜଣେ ଦଳିତ ମହିଳା ସରପଞ୍ଚଙ୍କର ନାଏବ ସରପଞ୍ଚ ତାଙ୍କର ଜମିଦାର ହୋଇଥିବେ? ତାଙ୍କର ବରିଷ୍ଠତା ପାଇଁ କ’ଣ ସେ ତାଙ୍କୁ ଶୁଣିବେ? ବା ସେ ଜଣେ ଜମି ମାଲିକ ଭଳି ତାଙ୍କର ଶ୍ରମିକଙ୍କ ପ୍ରତି କରୁଥିବା ବ୍ୟବହାର କରିବେ? ବା ଜଣେ ପୁରୁଷ ଭାବେ ମହିଳାଙ୍କ ଉପରେ ଅଧିକାର ଜାହିର କରିବେ? ମହିଳା ସରପଞ୍ଚ ଓ ପଞ୍ଚାୟତ ସଭ୍ୟମାନେ ବିବସ୍ତ୍ର କରାଯାଆନ୍ତି, ପିଟାଯାଆନ୍ତି, ଦୁଷ୍କର୍ମର ଶିକାର ହୁଅନ୍ତି, ଅପହରଣ ହୁଅନ୍ତି ଏବଂ ସେମାନଙ୍କ ଉପରେ ମିଛ ମାମଲାର ଶିକାର ହୁଅନ୍ତି। ଏ ସବୁ ସତ୍ତ୍ଵେ ପଞ୍ଚାୟତ ସ୍ତରରେ ମହିଳାମାନେ ଆଶ୍ଚର୍ଯ୍ୟ ଜନକ ସଫଳତା ହାସଲ କରିଛନ୍ତି।  ଯଦି ସାମନ୍ତବାଦ ଉଚ୍ଛେଦ ହୋଇଥାନ୍ତା ତେବେ ସେମାନେ ଆହୁରି କଣ ହାସଲ କରିନଥାନ୍ତେ?

PHOTO • P. Sainath

ପୁଡୁକୋଟ୍ଟାଇରେ ସାକ୍ଷର ବର୍ଗ ବହୁ ପରିବର୍ତ୍ତନ ଦେଇ ଅତିକ୍ରମ କରିଛନ୍ତ। ପ୍ରଜାତନ୍ତ୍ରବାଦୀ କାର୍ଯ୍ୟକ୍ରମ ଫଳରେ ସେମାନେ ଏବେ ସେହି ପଥର ଖାଦାନ ସବୁର ମାଲିକାନା ଦେଇଛି ଯେଉଁଠି ସେମାନେ ଦିନେ ଗୋତି ଶ୍ରମିକ ଭାବେ କାମ କରୁଥିଲେ। ଯଦିଓ ସେମାନଙ୍କ ନିୟନ୍ତ୍ରଣ ଉପରେ ଆକ୍ରମଣ ହୋଇଆସିଛି, କିନ୍ତୁ ସେମାନେ ଅଧିକାର ପାଇଁ ଲଢ଼େଇ କରିବା ଶିଖିଯାଇଛନ୍ତି। 

ଅନ୍ୟ ଲକ୍ଷ ଲକ୍ଷ ଗ୍ରାମୀଣ ଗରିବଙ୍କ ଭଳି, ମହିଳାମାନେ ମଧ୍ୟ ଭୂମି ସୁଧାରର ଆବଶ୍ୟକତା କରୁଛନ୍ତି। ତା ଭିତରେ, ସେମାନଙ୍କର ଜମି, ପାଣି ଓ ଜଙ୍ଗଲ ଅଧିକାର ପାଇଁ ମାନ୍ୟତା ଦେବା ଓ ଲାଗୁ କରିବା  ଅଛି। ଯଦି କୌଣସି ଭାଗ ହୋଇଥିବା ଜମି ଥିବ, ତାହାର ସେମାନେ ମାଲିକାନା ନେଇ ଯୁଗ୍ମ ପଟ୍ଟା ଆବଶ୍ୟକ କରୁଛନ୍ତି। ଏବଂ ସବୁ ଜମିରେ ସମାନ ଅଧିକାର। ଗାଁ ଗରିବଙ୍କଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଅଧିକାର ଲାଗୁ ହେବା ଉଚିତ; ସାଧାରଣ ବିକ୍ରି ବନ୍ଦ ହେବା କଥା... 

PHOTO • P. Sainath

ଯେଉଁଠି ଏହି ଅଧିକାର ସବୁ ଆଇନରେ ନାହିଁ, ତେଣୁ ନୂଆ ଆଇନର ଆବଶ୍ୟକତା ରହିଛି। ଯେଉଁଠି ଆଇନରେ ଅଛି, ସେ ସବୁ ଲାଗୁ କରିବା ଗୁରୁତ୍ଵପୂର୍ଣ୍ଣ। ଏଥିସହ ସମ୍ପଦ ସବୁର ଗୋଟିଏ ସାମନ୍ତବାଦ ପୁନଃବିତରଣ ଏବଂ ଆମକୁ ଅନେକ କିଛି ପୁନଃ ନିର୍ଦ୍ଧାରିତ କରିବାକୁ ହେବ। ଯେମିତିକି 'କୁଶଳୀ' ଓ 'ଅଣକୁଶଳୀ' ବା 'ଭାରୀ' ଓ 'ହାଲୁକା' କାମ। ଆମେ ମଧ୍ୟ ସର୍ବନିମ୍ନ ମଜୁରୀ ସ୍ଥିର କରୁଥିବା କମିଟିରେ ମହିଳା କୃଷି ଶ୍ରମିକଙ୍କ ପ୍ରତିନିଧିତ୍ଵ ଆବଶ୍ୟକ କରୁ।

ଏମିତି ହେବା ପାଇଁ ଗଣଆନ୍ଦୋଳନ ଆବଶ୍ୟକ। ସଂଗଠିତ ଜନ ଅଭିଯାନ। ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ। ଏବଂ ଉନ୍ନତ ଜୀବନ ପାଇଁ ଗ୍ରାମୀଣ ମହିଳାଙ୍କ ସମସ୍ୟା ମଧ୍ୟ ଭାରତୀୟ ଗରିବଙ୍କ ସଂଘର୍ଷରେ ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ବୋଲି ମାନ୍ୟତା ମିଳିବା ଦରକାର। 

ପରୋପକାର ବିକାଶ କେବେ ବି ଜନତାଙ୍କ ଅଧିକାର ସଶକ୍ତ କରିବାର ବିକଳ୍ପ ନୁହେଁ। ଅନ୍ୟ ଗରିବଙ୍କ ଭଳି ଗ୍ରାମୀଣ ମହିଳାଙ୍କୁ ମଧ୍ୟ ଦାନ ଦରକାର ନାହିଁ। ସେମାନେ ସେମାନଙ୍କର ଅଧିକାର ଲାଗୁ ହେବା ଚାହାନ୍ତି। ଆଉ ଏଥି ପାଇଁ ହିଁ ସେମାନଙ୍କ ମଧ୍ୟରୁ ଲକ୍ଷ ଲକ୍ଷ ଲୋକ ସଂଘର୍ଷ କରୁଛନ୍ତି। 

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath