ମହାରାଷ୍ଟ୍ରର ଅଉରଙ୍ଗାବାଦ୍‌ ଟାଉନ୍‌ ସୀମାରେ ଓ ଏହାସହିତ ମିଶି ରହିଥିବା ଚିକାଲ୍‌ଥାନା ଗ୍ରାମରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାସ୍‌ଲେସ୍‌ ଅର୍ଥନୀତିର ସ୍ୱପ୍ନ ବାସ୍ତବରେ ପରିଣତ ହୋଇଥିବା ମନେହୁଏ । କାହାରି ପାଖରେ ନଗଦ ରାଶି ନାହିଁ । ବ୍ୟାଙ୍କ ନୁହେଁ କିମ୍ବା ଏଟିଏମ୍‌ ନୁହେଁ ଓ ଏମିତିକି ଲୋକମାନେ ଏହା ଭିତରେ ଓ ଏହାର ଚାରି ପାଖରେ ନିରାଶରେ ଧାଡି ବାନ୍ଧି ଠିଆ ହେଉନାହାନ୍ତି । ଏପରିକି ବ୍ୟାଙ୍କ ବାହାରେ ଭ୍ୟାନ୍‌ ଭିତରେ ବସିଥିବା ପୋଲିସ୍‌ମାନଙ୍କ ପାଖରେ ମଧ୍ୟ କିଛି ନାହିଁ ।

କିନ୍ତୁ ଆନନ୍ଦିତ ହୁଅନ୍ତୁ । ସେମାନେ ଅତି ଶୀଘ୍ର ସେମାନଙ୍କ ଆଙ୍ଗୁଠିରେ କାଳି ଚିହ୍ନ ଲାଗିଥିବା ଦେଖିବାକୁ ପାଇବେ ।

ଚାରିପାଖରେ ପାଚେରୀ ଘେରା ଅଉରଙ୍ଗାବାଦ୍‌ ସହରର ସାହାଗଞ୍ଜ୍‌ ଠାରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ହାଇଦରାବାଦ(ଏସ୍‌ବିଏଚ୍‌)ରେ, ସମଭାବେ ନିରାଶ  ବ୍ୟାଙ୍କ ଷ୍ଟାଫ୍‌ ସେମାନଙ୍କ ଦରିଦ୍ର ଗ୍ରାହକଙ୍କ ସହାୟତା କରିବା ପାଇଁ ପ୍ରବଳ ଚେଷ୍ଟା କରୁଥିବା ଦେଖିପାରିବେ । ସେଠାରେ ଓ ଟାଉନ୍‌ରେ ଥିବା ଅନ୍ୟ ସମସ୍ତ ବ୍ୟାଙ୍କରେ, କୋଟି କୋଟି ଟଙ୍କାର ମଳିଆ ନୋଟ୍‌, ୫୦ଟଙ୍କା ଓ ୧୦୦ଟଙ୍କାର ନୋଟ୍‌ମାନ- ଯାହାକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ରିଜର୍ଭ ବ୍ୟାଙ୍କକୁ ପଠାଯିବାକୁ ଅଛି- ତାହା ବାଣ୍ଟିବା ପାଇଁ ପୁଣିଥରେ ଅଣାଯାଇଛି ।

PHOTO • P. Sainath

ପାଚେରୀଘେରା ଅଉରଙ୍ଗାବାଦ୍‌ରର ସାହାଗଞ୍ଜଠାରେ , ଲମ୍ବା ଧାଡି  ଓ ଳ୍ପ ଉତ୍ସାହ

“ଆମ ପାଖରେ ଆଉ କଣ ବିକଳ୍ପ ଅଛି ?” ଏହି ବ୍ୟାଙ୍କରେ କାମ କରୁଥିବା ଲୋକମାନେ ପଚାରୁଛନ୍ତି । “ବର୍ତ୍ତମାନ ଜନସାଧାରଣଙ୍କ ପ୍ରକୃତ ଆବଶ୍ୟକତା ହେଉଛି ଅଳ୍ପ ମୂଲ୍ୟର ଟଙ୍କା । “ସେମାନଙ୍କ ସମସ୍ତ କାମ ଓ ନେଣଦେଣ ବର୍ତ୍ତମାନ ଠପ୍‌ ହୋଇଯାଇଛି । “ଆମେ ଏକ ରବିବାର ଦିନ, ଭିତରେ ଷ୍ଟାଫ୍‌ମାନଙ୍କ ସହିତ ଯେତେବେଳେ କଥା ହେବାକୁ ଆରମ୍ଭ କଲୁ, ସେତେବେଳେ, ଜାଭିଦ୍‌ ହୟାତ୍‌ ଖାନ୍‌, ଜଣେ କ୍ଷୁଦ୍ର ବିକାଳି, ବ୍ୟାଙ୍କ ସାମନାରେ ଲମ୍ବିଥିବା ପ୍ରାୟ ଏକ କିଲୋମିଟର୍‌ ଲମ୍ବ ଧାଡିରୁ ବାହାରି ଆମପାଖକୁ ଆସିଲେ । ସେ ଆମକୁ ତାଙ୍କ ଝିଅ ରସେଦା ଖାତୁନ୍‌ର ବାହାଘରର ନିମନ୍ତ୍ରଣ କାର୍ଡ ଦେଲେ ।

“ମୋ ଆକାଉଣ୍ଟରେ ବର୍ତ୍ତମାନ ସର୍ବମୋଟ ଟ ୨୭,୦୦୦ଙ୍କା ଅଛି, “ସେ କହିଲେ । “ଆସନ୍ତା ତିନି ସପ୍ତାହ ପରେ ହେବାକୁ ଥିବା ମୋର ଝିଅର ବାହାଘର ପାଇଁ କେବଳ ୧୦,୦୦୦ଟଙ୍କା ଉଠାଣ କରିବା ପାଇଁ ଚାହୁଁଛି ।  ମୋତେ ଏତିକି ଟଙ୍କା ଉଠାଇବାକୁ ଅନୁମତି ଦିଆଯାଉ ନାହିଁ । “ସେ ପୂର୍ବଦିନ ୧୦,୦୦୦ ଟଙ୍କା ଉଠାଇନେବା ପରେ ବ୍ୟାଙ୍କ ତାଙ୍କୁ ଆଉ ଟଙ୍କା ଉଠାଇବାଠାରୁ ନିବୃତ୍ତ ରଖିଛି, ଯଦିଓ ଆଜି ମଧ୍ୟ ସେ ସେହି ସମପରିମାଣର ଟଙ୍କା ଉଠାଇପାରିବେ । କାରଣ, ଏହି ସର୍ପିଳ ଧାଡିର ଚାହିଦା ପୂରଣ କରିବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ବୋଲି ସେମାନେ ଜାଣି ପାରିଛନ୍ତି । ଏବଂ ସେହି ଧାଡିରେ ଠିଆ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିକୁ ସେମାନେ ଅଳ୍ପ ଅଳ୍ପ ଦେଇପାରିବେ ବୋଲି ଆଶା ରଖିଛନ୍ତି । ବର୍ତ୍ତମାନ ସେମାନଙ୍କ ମଧ୍ୟରୁ କିଛି ଲୋକ ଖାନକୁ ସାହାଯ୍ୟ କରିବାପାଇଁ ଚେଷ୍ଟା କରୁଛନ୍ତି । ସେମାନେ ଏହା କହିଲେ ଯେ, ଏହି ଅର୍ଥ, ଯାହା ତାଙ୍କ ଆକାଉଣ୍ଟରେ ବର୍ତ୍ତମାନ ଅଛି, ତାହା ସେ ନିଜ ଝିଅର ବାହାଘର ପାଇଁ କରିଥିବା ଫିକ୍ସ ଡିପୋଜିଟ୍‌ ଭାଙ୍ଗିବା ଯୋଗୁ ଆସିଛି ।

PHOTO • P. Sainath

ଜାଭେଦ୍‌ ହୟାତ୍‌ ଖାନ୍‌ଙ୍କ ଝିଅ ବାହାଘର କେବଳ ତିନି ସପ୍ତାହ ପରେ ଥିବାରୁ ସେ ଟଙ୍କା ଉଠାଣ କରିବାପାଇଁ ଖୁବ୍‌ବ୍ୟସ୍ତ ହେଉଥିଲେ

ଯେପରି ଅନେକ ଲେଖକ, ବିଶ୍ଳେଷକ ଓ ଆଧିକାରିକ ରିପୋର୍ଟରେ କୁହାଯାଇଛି, ଭାରତୀୟ କଳା ଅର୍ଥନୀତିର ଏକ ମୋଟା ଅଂଶ ବୁଲିୟନ୍‌, ବେନାମି ଭୂମି ଡିଲ ଓ ବିଦେଶି ପୁଞ୍ଜି ଆକାରରେ ରଖାଯାଇଛି । ଜେଜେମାଙ୍କ ସେହି ପୁରୁଣା ଓକ୍‌ ଆଲମାରୀ ଭିତରେ ଟଙ୍କା ବିଡା ଆକାରରେ ନୁହେଁ । ଏକଥା ଭାରତରେ ଓ ବିଦେଶରେ କଳାଧନ ସମସ୍ୟାର ସମାଧାନ କରିବାପାଇଁ ବିଭିନ୍ନ ପଦକ୍ଷେପ ସମ୍ବନ୍ଧୀୟ ୨୦୧୨ର ଏକ ରିପୋର୍ଟରେ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ର ଚ୍ୟାର୍‌ମେନ୍‌ କହିଥିଲେ । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଥି ଯେ (୧୪, ଭାଗ II,୯.୧) ଅତୀତରେ ୧୯୪୬ ଓ ୧୯୭୮ ମସିହାରେ ବିମୁଦ୍ରାକରଣ ଦୁଇଥର “ଶୋଚନୀୟ ଭାବେ ବିଫଳ ହୋଇଛି” । ତଥାପି, ଭାରତୀୟ ଜନତା ପାର୍ଟି ସରକାର ଏହାର ପୁନରାବୃତ୍ତି କରିଛି । ‘ମୋଦି ମାଷ୍ଟର୍‌ଷ୍ଟ୍ରୋକ୍‌’ ହେଉଛି କିଛି ବଛା ବଛା ଆଙ୍କର୍‌ ଓ ଟେଲିଜଗତରର ଅନ୍ୟ ବିଦୂଷକମାନଙ୍କ ଦ୍ୱାରା ଏକ ଅବିଶ୍ୱସନୀୟ ନିର୍ବୋଧ ଗତିବିଧି ପାଇଁ କୌଶଳ କ୍ରମେ ଦିଆଯାଇଥିବା ଏକ ଶବ୍ଦ, ଯାହାର ପ୍ରଚଳନ ଯୋଗୁ ଗ୍ରାମଗୁଡିକରେ ଯନ୍ତ୍ରଣା ଓ ଦୁଃଖ ଖେଳିଯାଇଛି । ଯଦି କୌଣସି ଷ୍ଟ୍ରୋକ୍‌ ହୋଇଛି. ତବେ ଏହା ଗ୍ରାମୀଣ ଅର୍ଥନୀତିର ହୃତ୍‌ପିଣ୍ଡ ପାଇଁ ଯନ୍ତ୍ରଣା ଦାୟକ ହୋଇଛି ।

ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ଓ ତାଙ୍କ ଦଳର ସହକର୍ମୀମାନେ ଷ୍ଟ୍ରୋକ୍‌ରୁ ଆରୋଗ୍ୟ ଲାଭ  ହେବା ପାଇଁ ୨-୩ ଦିନ ପର୍ଯ୍ୟନ୍ତ ଅସୁବିଧା ହେବ ବୋଲି କହି ପ୍ରଥମେ ଏ ସମ୍ବନ୍ଧୀୟ ଆଲୋଚନା ବନ୍ଦ କରିଦେଲେ, ତାପରେ ଡ. ଜେଟ୍‌ଲି ଏହି ସମୟ ଅବଧି ପରିବର୍ତ୍ତନ କରି ୨-୩ ସପ୍ତାହ ବୋଲି କହିଲେ । ଠିକ୍‌ ଏହାପରେ ତାଙ୍କର ବରିଷ୍ଠ ସର୍ଜନ୍‌, ନରେନ୍ଦ୍ର ମୋଦି, କହିଲେ ଯେ ରୋଗୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବାପାଇଁ ୫୦ଦିନ ଆବଶ୍ୟକ । ଏହି ଧାରାରେ ଚିକିତ୍ସିତ ହୋଇ ବର୍ତ୍ତମାନ ଆମେ ୨୦୧୭ରେ ପଦାର୍ପଣ କରିସାରିଛେ । ଇତିମଧ୍ୟରେ, ଦେଶରେ କେତେ ଲୋକ ଧାଡିରେ ଠିଆ ହୋଇ ଅପେକ୍ଷା କରିବାଯୋଗୁ ମରିସାରିଲେଣି ତାହା ଆମକୁ ଜଣାନାହିଁ, କିନ୍ତୁ ଏହି ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି ।

“ନାସିକ୍‌ ଜିଲ୍ଲାର ଲାସାଲ୍‌ଗାଁରେ, କୃଷକମାନେ ଅର୍ଥ ଅଭାବ ଯୋଗୁ ପିଆଜ ବଜାର ବନ୍ଦ କରିଦେଇଛନ୍ତି,” ବୋଲି ସାପ୍ତାହିକ ଖବର କାଗଜର ସମ୍ପାଦକ ନିଶିକାନ୍ତ ଭାଲେରାଓ କହିଛନ୍ତି । “ବିଦର୍ଭ ଓ ମରାଠ୍‌ୱାଡାରେ, କାର୍ପାସ୍‌ ମୂଲ୍ୟ କ୍ୱିଣ୍ଟାଲ୍‌ ପିଛି ୪୦ପ୍ରତିଶତ ହାରରେ ଦ୍ରୁତଗତିରେ କମ୍‌ ହୋଇଛି । “ଅଳ୍ପ କିଛି ନେଣଦେଣକୁ ବାଦ୍‌ଦେଲେ, ବିକ୍ରି ବ୍ୟବସ୍ଥା ଠପ୍‌ ହୋଇଯାଇଛି । “କାହା ପାଖରେ କିଛି ଅର୍ଥ ନାହିଁ । କମିଶନ୍‌ ଏଜେଣ୍ଟ, ଉତ୍ପାଦକ ଓ କ୍ରେତା, ସମସ୍ତେ ସମପରିମାଣରେ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି” ବୋଲି ନାଗ୍‌ପୁର୍‌ରେ ଦ ଟେଲିଗ୍ରାଫ୍‌ରେ ସାମ୍ବାଦିକ ଭାବେ କାମ କରୁଥିବା ଜୟଦିପ ହାର୍ଦ୍ଦିକର୍‌ କହିଛନ୍ତି । “ଗ୍ରାମୀଣ ଶାଖାରେ ଚେକ୍‌ ଜମା କରିବା ସବୁବେଳେ କଷ୍ଟଦାୟକ ପ୍ରକ୍ରିୟା ହୋଇଥିବା ବେଳେ, ବର୍ତ୍ତମାନ ଅର୍ଥ ଉଠାଣ ମଧ୍ୟ ଅପ୍ରୀତିକର ଅନୁଭୂତି ପାଲଟିଛି ।

ତେବେ, କେବଳ ଅଳ୍ପ କିଛି କୃଷକ ଚେକ୍‌ ଗ୍ରହଣ କରିପାରିବେ । ତାହାହେଲେ, ନିଜର ସ୍ୱପ୍ନ ସାକାର କରିବା ପାଇଁ ଅପେକ୍ଷା କରିଥିବା ସେମାନଙ୍କ ପରିବାର ବର୍ଗ କିଭଳି ଭାବେ ସେମାନଙ୍କ କାର୍ଯ୍ୟ କରିବେ ? ଆହୁରି ଅନେକଙ୍କ ପାଖରେ ସକ୍ରିୟ ବ୍ୟାଙ୍କ ଆକାଉଣ୍ଟଟିଏ ମଧ୍ୟ ନାହିଁ ।

ଏହି ରାଜ୍ୟର ଏକ ପ୍ରମୁଖ ରାଷ୍ଟ୍ରାୟାତ୍ତ ବ୍ୟାଙ୍କର ୯୭୫ଟି ଶାଖା ସାରା ଦେଶରେ ରହିଛି । ଏହାମଧ୍ୟରୁ, ୫୪୯ରେ ନିରାଶା ବ୍ୟତୀତ ଅନ୍ୟ କୌଣସି ମୂଲ୍ୟର ମୁଦ୍ରା ପ୍ରଦାନ କରାଯାଉ ନାହିଁ । ଅଚଳ ହୋଇଯାଇଥିବା ସେହି ଏଟିମ୍‌ଗୁଡିକ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳରେ ରହିଛି । “ଗ୍ରାମାଞ୍ଚଳରେ ମୁଖ୍ୟତଃ ପୁଞ୍ଜି ଜମା କରାଯାଏ, ନଗଦ ରାଶିର ଅର୍ଥ କିଛି ନୁହେଁ”  ବୋଲି ଦାବି କରିବା ହେଉଛି ବିଶେଷ ଭାବେ ଏହାର ପ୍ରଭାବକୁ ------------ । ଏହା କଣ ସତ? ଏହା ସବୁକିଛି ଅଟେ ।

ନିମ୍ନସ୍ତରରେ ନେଣଦେଣ ବହୁଳଭାବେ ନଗଦ ରାଶି ଜରିଆରେ ହୋଇଥାଏ । ସପ୍ତାହକ ମଧ୍ୟରେ ଅଳ୍ପ ମୂଲ୍ୟର ମୁଦ୍ରା ବ୍ୟାଙ୍କରେ ନପହଞ୍ଚିଲେ ଏଠାରେ ଲୋକମାନେ ଆଇନ୍‌ ହାତକୁ ନେବା ସମ୍ଭାବନା ରହିଥିବା ବ୍ୟାଙ୍କ କର୍ମଚାରୀମାନେ ଆଗୁଆ ଜାଣିପାରି

ଛନ୍ତି । ଅନ୍ୟମାନେ କହୁଛନ୍ତି ଯେ ବହୁ ଆଗରୁ ଏହି ସମସ୍ୟା ରହିଛି, ଏଣୁ କିଛି ଟଙ୍କା ଆସିଗଲେ ମଧ୍ୟ ଏହି ସମସ୍ୟା ଦୂର ହୋଇପାରିବ ନାହିଁ ।

ଆଉରଙ୍ଗାବାଦ୍‌ରେ ଅନ୍ୟ ଏକ ଧାଡିରେ ଥିବା ପର୍‌ଭେଜ୍‌ ପଠାଣ, ଜଣେ ନିର୍ମାଣ ସୁପର୍‌ଭାଇଜର୍‌, କୁହନ୍ତି, ତାଙ୍କର ଶ୍ରମିକମାନେ ଅତିଶୀଘ୍ର ଉତ୍ତେଜିତ ହୋଇଯିବେ ବୋଲି ଭାବି ସେ ଭୟଭୀତ ହେଉଛନ୍ତି। “ପୂର୍ଣ୍ଣ ହୋଇଥିବା କାମ ବାବଦକୁ ସେମାନଙ୍କୁ ସେମାନଙ୍କ ପାରିଶ୍ରମିକ ଦିଆଯିବା ଆବଶ୍ୟକ-ସେ କହିଲେ । “କିନ୍ତୁ ମୁଁ ନଗଦ ରାଶି ଛୁଇଁପାରିବି ନାହିଁ । ଚିକଲ୍‌ଥାନା ଗ୍ରାମର ରୟିସ୍‌ ଅଖ୍‌ତାର ଖାନ କୁହନ୍ତି ସେ ଓ ତାଙ୍କ ଭଳି ଅନ୍ୟ ଅଳ୍ପ ବୟସ୍କ ମା’ମାନେ ସେମାନଙ୍କ ପିଲାମାନଙ୍କୁ ଠିକ୍‌ ସମୟରେ ଖାଦ୍ୟ ଖୁଆଇବାନେଇ ସମସ୍ୟା ବଢିବାରେ ଲାଗିଛି । ସେମାନେ କେତେବେଳେ କରନ୍ତି, “ଅତି ବିଳମ୍ବରେ, କାରଣ ଆମେମାନେ ଆମ ଦିନର ଅଧିକ ସମୟ ଏହି ଧାଡିରେ ବିତଉଛୁ । ପିଲାମାନଙ୍କ ଖାଇବା ସମୟ ଗଡିଗଲା ପରେ ସେମାନଙ୍କୁ ଅନେକ ଘଣ୍ଟା ପର୍ଯ୍ୟନ୍ତ ଭୋକିଲା ରହିବାକୁ ପଡୁଛି” ।

ଧାଡିରେ ରହିଥିବା ଅଧିକାଂଶ ମହିଳା କୁହନ୍ତି, ସେମାନଙ୍କ ପାଖରେ ଆଉ ୨-୪ଦିନ ଚଳିଲା ଭଳି ଅତ୍ୟାବଶ୍ୟକ ସାମାନ ଅଛି । କ୍ୟାସ୍‌ ଫ୍ଲୋ ସମସ୍ୟା ସେହି ସମୟ ଅବଧି ମଧ୍ୟରେ କାଳେ ସମାଧାନ ହୋଇପାରିବ ନାହିଁ, ଏହା ଭାବି ସେମାନେ ଭୟଭୀତ ହେଉଛନ୍ତି । ଓଃ, ଏପରି ହେବ ନାହିଁ ।

କୃଷକ, ଭୂମିହିନ ଶ୍ରମିକ, ଘରୋଇ କାମବାଲା, ପେନ୍‌ସନ୍‌ଧାରୀ, କ୍ଷୁଦ୍ର ବ୍ୟବସାୟୀ, ଏହି ସମସ୍ତ ଓ ଅନ୍ୟ ଦଳଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । କାମ ପାଇଁ ଶ୍ରମିକମାନଙ୍କୁ ନିଯୁକ୍ତ କରୁଥିବା ବ୍ୟକ୍ତିଙ୍କ ଭଳି ଅନେକ ପାରିଶ୍ରମିକ ପ୍ରଦାନ କରିବା ପାଇଁ ଧାର ଆଣି, ଋଣଗ୍ରସ୍ତ ହୋଇଯିବେ । ଅନ୍ୟମାନଙ୍କ କ୍ଷେତ୍ରରେ, ଖାଦ୍ୟ କିଣିବା ପାଇଁ । “କମିବା ବଦଳରେ ଆମର ଧାଡି ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି’’ ବୋଲି ଏସ୍‌ବିଏଚ୍‌ ଅଉରଙ୍ଗାବାଦ୍‌ର ଷ୍ଟେସନ୍‌ ରୋଡ୍‌ ଶାଖାର କର୍ମଚାରୀ କହିଛନ୍ତି । ଏଠାରେ ଥିବା କେତେକ କର୍ମଚାରୀ ଏହି ବିଶାଳ ଓ ଧୀରେ ଧୀରେ ଉତ୍ତେଜିତ ହେଉଥିବା ଲୋକଙ୍କ  ଧାଡିର ବିଭିନ୍ନ ସମସ୍ୟା ଦୂର କରିବାରେ ଲାଗିଛନ୍ତି । ଆଇଡି ଓ ଅନ୍ୟ ସବିଶେଷର ସତ୍ୟତା ପ୍ରତିପାଦନ ପାଇଁ ପଠାଯାଇଥିବା ସଫ୍ଟୱେର୍‌ରେ ତ୍ରୁଟି ରହିଥିବା ଜଣେ କର୍ମଚାରୀ ଜଣାଇଛନ୍ତି ।

ଲୋକମାନେ ଦୁଇଟି ୨,୦୦୦ଟଙ୍କା ବିନିମୟରେ ସର୍ବାଧିକ ୫୦୦ ଟଙ୍କାର ଆଠଟି ନୋଟ୍‌ ବା ୧,୦୦୦ଟଙ୍କାର ଚାରିଟି ନୋଟ୍‌ ନେଇପାରିବେ । ଏହା ଏକ-କାଳୀନ ନେଣଦେଣ । ହଁ, ଯଦି ଆପଣ ପରବର୍ତ୍ତୀ ଦିନ ମଧ୍ୟ ଏହାର ନକଲ କରିବେ, ତେବେ ଆପଣ ଝୁଣ୍ଟିବା ସମ୍ଭାବନା ରହିଛି । କିନ୍ତୁ ଆପଣ ଚାହିଁଲେ ଏପରି କରିପାରିବେ । ଏପରି କରିବା ପାଇଁ ଆପଣ କେବଳ ଏକ ଭିନ୍ନ ଆଇଡି ବ୍ୟବହାର କରନ୍ତୁ । ଯଦି ଆଜି ଆପଣ ଆପଣଙ୍କ ଆଧାର କାର୍ଡ ବ୍ୟବହାର କରିଛନ୍ତି, ତେବେ ପରଦିନ ଆପଣଙ୍କ ପାସ୍‌ପୋର୍ଟ ନିଜ ସାଥିରେ ଆଣନ୍ତୁ ଓ ତାପରେ ଆପଣଙ୍କ ପ୍ୟାନ୍‌ କାର୍ଡ, ଏପରିଭାବେ ଧରାନପଡି ଆପଣ ଆପଣଙ୍କ ନେଣଦେଣ କାମ ବାରମ୍ବାର କରିପାରିବେ ।

PHOTO • P. Sainath

ହତୋତ୍ସାହିତ ଜନସାଧାରଣ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ହାଇଦରାବାଦ୍‌ର ସାହାଗଞ୍ଜ ଶାଖା ଭିତରକୁ ବହୁସଂଖ୍ୟାରେ ପ୍ରବେଶ କରୁଛନ୍ତି । ବାହାରେ , ଏକ କିଲୋମିଟର୍‌ ଲମ୍ବା ଧାଡି

ତେବେ, ଅତି ଅଳ୍ପ ସଂଖ୍ୟକ ଲୋକ ପ୍ରକୃତରେ ଏହିପରି କରିଛନ୍ତି । ଅଧିକାଂଶ ଲୋକ ଏହା ବିଷୟରେ ଜାଣନ୍ତି ନାହିଁ । କିନ୍ତୁ ସରକାରଙ୍କ ପ୍ରତିକ୍ରିୟା ଏହି ବାତୁଳତା ଉପରେ ଆଧାରିତ। ଏଣୁ, ଧାଡିରେ ରହିଥିବା ଲୋକମାନଙ୍କ ଆଙ୍ଗୁଠିକୁ ଲିଭେଇ ହେଉନଥିବା କାଳିରେ ଚିହ୍ନିତ କରିବାପାଇଁ (ବିନିମୟ ପରେ) ସରକାର ନିଷ୍ପତି ନେଇଛନ୍ତି, ଯେପରି ଭୋଟ୍‌ ସମୟରେ କରାଯାଏ । ତେବେ ଏପରି ଡାହାଣ ହାତର ଆଙ୍ଗୁଠିରେ କରାଯିବ ଯାହାଫଳରେ କେତେକ ରାଜ୍ୟରେ ହେବାକୁ ଥିବା ଉପ-ନିର୍ବାଚନରେ ଲୋକମାନେ ଭୋଟ୍‌ ଦେଲେ ମଧ୍ୟ କୌଣସି ଭ୍ରମ ସୃଷ୍ଟି ହେବନାହିଁ ।

“ସରକାର କି ପ୍ରକାରର ଆଦେଶ ବା ନିର୍ଦ୍ଦେଶ ଦେବେ, ସେ ନେଇ ଚିନ୍ତା କରନ୍ତୁ ନାହିଁ” ବୋଲି ଷ୍ଟେସନ୍‌ ରୋଡ୍‌ ଛକରେ ଆର୍‌.ପାଟିଲ୍‌ ନାମକ ଜଣେ କ୍ଷୁଦ୍ର କଣ୍ଟ୍ରାକ୍ଟର କହିଛନ୍ତି । “ସତ କଥା ହେଉଛି ଅଧିକାଂଶ ଡାକ୍ତରଖାନା ଓ ଔଷଧ ଦୋକାନୀ ୫୦୦ ବା ୧୦୦୦ଟଙ୍କା ନୋଟ୍‌ ଗ୍ରହଣ କରୁନାହାନ୍ତି । “ତାଙ୍କ ପାଖରେ ଠିଆ ହୋଇଥିଲେ ସୟଦ୍‌ ମୋଦକ, ଜଣେ କାଠ ମିସ୍ତ୍ରୀ, ଯିଏ ଗମ୍ଭୀରଭାବେ ଅସୁସ୍ଥ ଥିବା ନିଜର ଜଣେ ସମ୍ପର୍କୀୟଙ୍କ ଜୀବନ ବଞ୍ଚାଇବା ପାଇଁ ଗୋଟିଏ କ୍ଲିନିକରୁ ଅନ୍ୟ ଏକ କ୍ଲିନିକ୍‌କୁ ଯାଇଥିଲ । ସେ କହିଲେ, ସବୁସ୍ଥାନରେ ଆମକୁ ମନା କରିଦେଲେ । କେଉଁଠି ସେମାନେ ୨୦୦୦ଟଙ୍କା ନୋଟ୍‌ ଗ୍ରହଣ କରୁନଥିବା କହିଲେ ବା ଅନ୍ୟ ସ୍ଥାନରେ ଖୁଚୁରା ପଇସା ଦେବା ପାଇଁ ସେମାନଙ୍କ ପାଖରେ ଅର୍ଥ ନାହିଁ ବୋଲି କହିଲେ ।

ଇତିମଧ୍ୟରେ, ସମସ୍ତଙ୍କ ନଜର ଏବେ ନାସିକ ଉପରେ ରହିଛି ଯେଉଁଠାରୁ ନୂଆ-ପ୍ରିଣ୍ଟ ହୋଇଥିବା ଟଙ୍କା ବାହାରିବ- ସାରା ଭାରତରେ । ନା, ଗ୍ରାମାଞ୍ଚଳରେ ଏପର୍ଯ୍ୟନ୍ତ କେହି ମଧ୍ୟ ପାଇନାହାନ୍ତି କିନ୍ତୁ ଏଠାରେ ଘଟୁଥିବା ଘଟଣା ଉପରେ ସମସ୍ତଙ୍କର ଆଶା ରହିଛି । ଏହି ସ୍ଥାନ ଉପରେ ନଜର ରଖନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE