ମ୍ୟାଲାପିଲ୍ଲି ପଟ୍ଟାୟା କହନ୍ତି, ‘‘ଯେ କୌଣସି ସମୟରେ ଅଧା ପୁରୁଷ ଲୋକ ସାଧାରଣତଃ ଗାଁରୁ ବାହାରେ ଥାଆନ୍ତି । କେତେକ ହାଇଦ୍ରାବାଦର ଅମ୍ବେରପେଟ ବଜାରରେ, କିଛି ବିଜୟୱାଡ଼ାର ବେସନ୍ତରୋଡ଼ରେ, ଅନ୍ୟମାନେ ବାସୀବଜାର କିମ୍ବା ମୁମ୍ବାଇର ଗେଟ୍ୱେ ଅଫ୍ଇଣ୍ଡିଆ ବା ଦିଲ୍ଲୀର ପଥରଗଞ୍ଜରେ ବସନ୍ତି । ସେମାନଙ୍କ ମଧ୍ୟରୁ ସମସ୍ତେ ଝୁଡ଼ି, ଝୁଲଣା ବିକ୍ରି କରନ୍ତି । ମ୍ୟାଲାପିଲ୍ଲି ପଟ୍ଟାୟା ନିଜେ ଉତ୍ତରାଞ୍ଚଳରୁ ଏକ ବିକ୍ରି ଗସ୍ତରୁ ଫେରିଛନ୍ତି ।

୪୨ ବର୍ଷୀୟ ପଟ୍ଟାୟା, ତାଙ୍କ ଗାଁର ଅନ୍ୟମାନଙ୍କ ଭଳି ପ୍ରାୟ ୨୦ ବର୍ଷ ହେଲା ନାଇଲନ୍ଦଉଡ଼ିରେ ଝୁଡ଼ି, ବ୍ୟାଗ୍, ଝୁଲା ଏବଂ ଝୁଲଣା ଆଦି ତିଆରି କରୁଛନ୍ତି। ସେ ପର୍ଯ୍ୟନ୍ତ, କୋଭାଡ଼ା (ଜନଗଣନାରେ ଜିରୁକୋଭାଡ଼ା ଭାବେ ତାଲିକାଭୁକ୍ତ)ର ଲୋକମାନଙ୍କର ମୁଖ୍ୟ ଜୀବିକା ଥିଲା ମାଛ ଧରିବା । କୋଭାଡ଼ା ହେଉଛି ବଙ୍ଗୋପସାଗର ଉପକୂଳବର୍ତ୍ତୀ ଶ୍ରୀକାକୁଲମ ଜିଲ୍ଲା ରାନାସ୍ତଳମ ମଣ୍ଡଳର ଏକ ଛୋଟ ଗାଁ, ଯେଉଁଥିରେ ପ୍ରାୟ ୨୫୦ ଲୋକ ବାସ କରନ୍ତି ।  

ତା ପରେ, ଜଳ ପ୍ରଦୂଷଣ ସେହି ଅଞ୍ଚଳର ସାମୁଦ୍ରିକ ସମ୍ପଦକୁ ନଷ୍ଟ କରିବା ଆରମ୍ଭ କଲା । ୧୯୯୦ ଦଶକରେ ସେଠାରୁ ଅତି ବେଶୀରେ ୧୦ କିମି ଦୂରବର୍ତ୍ତୀ ସ୍ଥାନରେ ଥିବା ପିଡିଭିମାଭରମ୍ ଗାଁରେ ଫାର୍ମାସ୍ୟୁଟିକାଲ୍କାରଖାନା ଆରମ୍ଭ ହେଲା । ଗବେଷଣା ଦର୍ଶାଇଛି ଯେ ସେହି ଉଦ୍ୟୋଗ ଯୋଗୁଁ ଭୂତଳ ଜଳ ସହିତ ସମୁଦ୍ର ଜଳ ମଧ୍ୟ ପ୍ରଦୂଷିତ ହେଲା । 

ଏହାର ବିପଜ୍ଜନକ ଆବର୍ଜନା ପାଇଁ ଫାର୍ମାସ୍ୟୁଟିକାଲ୍ଉତ୍ପାଦନକାରୀ ଉଦ୍ୟୋଗକୁ ଭାରତର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ‘ରେଡ୍କ୍ୟାଟେଗୋରୀ’ ବର୍ଗରେ ରଖାଯାଇଛି । ଇମ୍ପାକ୍ଟସ୍ଅଫ୍ଫାର୍ମାସ୍ୟୁଟିକାଲ୍ପଲ୍ୟୁସନ୍ଅନ୍କମ୍ୟୁନିଟିଜ୍ଏଣ୍ଡ ଏନଭାଇରନ୍ମେଣ୍ଟ ଇନ୍ଇଣ୍ଡିଆ ଶୀର୍ଷକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୧୯୯୦ ଦଶକର ପ୍ରାରମ୍ଭିକ ଭାଗରେ ବିଶ୍ଵବ୍ୟାପୀ ଫାର୍ମା ଉଦ୍ୟୋଗର ଅଭିବୃଦ୍ଧି ହେବା ଫଳରେ, ଏହି ଉଦ୍ୟୋଗ ‘ଭାରତୀୟ ଅର୍ଥନୀତିରେ ‘ଅନ୍ୟତମ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା କ୍ଷେତ୍ର’ ପାଲଟିଛି ।  ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଏହି ଉଦ୍ୟୋଗର ପେଣ୍ଠସ୍ଥଳୀ ସବୁ ରହିଛି । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଫାର୍ମାସ୍ୟୁଟିକାଲ୍ଉଦ୍ୟୋଗର ନିୟନ୍ତ୍ରଣବିହୀନ ଅଭିବୃଦ୍ଧି ଫଳରେ ସ୍ଥାୟୀ ନକାରାତ୍ମକ ପ୍ରଭାବ ସମ୍ପର୍କରେ ଏହି ରିପୋର୍ଟରେ କୁହାଯାଇଛି।

People are seating
PHOTO • Rahul Maganti
portrait of a person
PHOTO • Rahul Maganti

ମ୍ୟାଲାପିଲ୍ଲି ପଟ୍ଟାୟା(ଡାହାଣ) ଏବଂ ଅନ୍ୟ ଧୀବରମାନେ ଗାଁ ମଝିରେ ଥିବା ଗୋଟିଏ ନଡ଼ା ଛପର ତଳେ ବସିଛନ୍ତି, ଯେଉଁଠାରେ ସେମାନେ ଝୁଡ଼ି ଓ ଝୁଲଣା ତିଆରି କରନ୍ତି 

ପିଡିଭିମାଭରମ୍ରାନସ୍ତଲମ୍ଅଞ୍ଚଳ ଏବେ ଆନ୍ଧ୍ରପ୍ରଦେଶର ଏକ ପ୍ରମୁଖ ଫାର୍ମା ପେଣ୍ଠସ୍ଥଳୀ ପାଲଟିଛି । କୋଲକାତା-ଚେନ୍ନାଇ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଫାର୍ମା ଉଦ୍ୟୋଗ ସବୁ ଗଢ଼ିଉଠିଛି । ଏଠାରେ ଉଦ୍ୟୋଗ ଆହୁରି ବୃଦ୍ଧି ହେଲା ଯେତେବେଳେ ଏହି ଶିଳ୍ପ କ୍ଷେତ୍ର ୨୦୦୮-୨୦୦୯ରେ ସ୍ପେଶାଲ୍ଇକୋନୋମିକ୍ଜୋନ୍(ଏସ୍ଇଜେଡ୍) ହୋଇଗଲା ଏବଂ ନୂଆ ନୂଆ କମ୍ପାନୀ ସେମାନଙ୍କର ଉଦ୍ୟୋଗ ସ୍ଥାପନ କରିବା ଆରମ୍ଭ କଲେ । ଏସ୍ଇଜେଡ୍ଆକ୍ଟ ୨୦୦୫ ଉଦ୍ୟୋଗଗୁଡ଼ିକୁ ବିଭିନ୍ନ ଟ୍ୟାକ୍ସ ରିହାତି ଦେବା ସହ ସବ୍ସିଡି ପ୍ରଦାନ ଏବଂ ଶ୍ରମିକ ଆଇନରେ ମଧ୍ୟ କୋହଳ ପ୍ରଦାନ କରେ । ଆନ୍ଧ୍ରପ୍ରଦେଶରେ ୧୯ଟି ଏସ୍ଇଜେଡ୍ରହିଛି, ଏଥିରୁ ଫାର୍ମା ଔଷଧ ଉତ୍ପାଦନ କରୁଥିବା ପିଡିଭିମାଭରମ୍ର ଏସ୍ଇଜେଡ୍ଅନ୍ୟତମ । 

କୋଭାଡ଼ା ଗାଁ (କଭର ଫଟୋରେ ଦେଖାଯାଇଥିବା)ରେ ଅବଶିଷ୍ଟ ଥିବା କେତେକ ଟେପ୍ପା (ହାତ ଚାଳିତ ଡଙ୍ଗା) ମଧ୍ୟରୁ ଗୋଟିଏର ମାଲିକ ଗଙ୍ଗାଲା ରାମୁଡୁ କହନ୍ତି, ‘ସେଗୁଡ଼ିକର (ନିର୍ଗମନ) ପାଇପ୍ଲାଇନ୍ସମୁଦ୍ରର ୧୫ କିଲୋମିଟର ଭିତରକୁ ଯାଇଛି, କିନ୍ତୁ ଫାର୍ମା ଉଦ୍ୟୋଗରୁ ନିର୍ଗତ ତେଲ ଓ ଆବର୍ଜନା ସବୁ ଉପକୂଳରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ଦେଖାଯାଏ । ଆମେ ମାଛ ଧରିବାକୁ ଯିବା ବେଳେ ଏହାକୁ ଦେଖୁ । ’  ସେ ଆହୁରି କହନ୍ତି, ’୨୦ ବର୍ଷ ପୂର୍ବରୁ ପ୍ରତ୍ୟେକ ଘରେ ଅତି କମ୍ରେ ଗୋଟିଏ ଟେପ୍ପା ଥିଲା । ଏବେ ମାତ୍ର ୧୦ଟି ଅଛି । ୨୦୧୦ରେ ରାନାସ୍ତଳମ୍ର ଏମ୍ଆର୍ଓ(ମଣ୍ଡଳ ରେଭିନ୍ୟୁ ଅଫିସର)ଙ୍କ ଅଫିସ୍ଆଗରେ ଆମେ ଲଗାତାର ୩ ମାସ ଧରି ବିକ୍ଷୋଭ କରିଥିଲୁ, କିନ୍ତୁ କେହି ଶୁଣିଲେ ନାହିଁ । ତେଣୁ ଆମେ ସଂଘର୍ଷ ବନ୍ଦ କରି ନିଜ ନିଜ କାମକୁ ଫେରିଗଲୁ । ’

ନ୍ୟାସନାଲ୍ଆଲାଏନ୍ସ ଅଫ୍ ପିପୁଲ୍ସ ମୁଭମେଣ୍ଟ ସହ ସଂପୃକ୍ତ ଥିବା ବୁଡୁମୁରୁ ଗାଁର ଜଣେ ପରିବେଶ କର୍ମୀ କୁନାମ ରାମୁଙ୍କ କହିବା ଅନୁସାରେ, ‘‘ଏହି ଅଞ୍ଚଳର ସାମୁଦ୍ରିକ ସମ୍ପଦ ଫାର୍ମାସ୍ୟୁଟିକାଲ୍ଉଦ୍ୟୋଗ ଦ୍ଵାରା ସୃଷ୍ଟି ହେଉଥିବା ପ୍ରଦୂଷଣ ଯୋଗୁଁ ନଷ୍ଟ ହୋଇଯାଇଛି । ଉପକୂଳରେ ଅଧିକାଂଶ ସମୟରେ ମୃତ କଇଁଛ ଏବଂ ମାଛ ଦେଖାଯାଉଛନ୍ତି । ଏମାନଙ୍କ ମଧ୍ୟରେ ଅଲିଭ୍ରିଡଲେ କଇଁଛ ବି ଦେଖାଯାଉଛନ୍ତି । ସମୁଦ୍ର ଶଯ୍ୟାର ଗୁଳ୍ମଲତା ସବୁ ବିଷାକ୍ତ ପାଲଟିଯାଇଛନ୍ତି, ଯାହା ସାମୁଦ୍ରିକ ଜୀବମାନଙ୍କୁ ମଧ୍ୟ ବିଷାକ୍ତ କରିଦେଇଛି ।’’

Man working on fish net
PHOTO • Rahul Maganti
turtle near the sea
PHOTO • Rahul Maganti

ଗନାଗଲ୍ଲା ରାମାଡୁ କହନ୍ତି, ଫାର୍ମା ଉଦ୍ୟୋଗ ପ୍ରଦୂଷକ ସବୁ ଉପକୂଳରୁ ସମୁଦ୍ର ଭିତରକୁ ୧୦୦ କିମି ଯାଏଁ ଦେଖାଯାଏ । ତାହା ଫଳରେ ମାଛ, କଇଁଛ ସବୁ ମରି କୂଳରେ ଲାଗନ୍ତି

ଏହି କାରଣରୁ କୋଭଡା ଏବଂ ଅନ୍ୟ ଗାଁଗୁଡ଼ିକ ପାଇଁ ମାଛ ଧରିବା ଏକ ବ୍ୟର୍ଥ କାମରେ ପରିଣତ ହୋଇଛି । ୪୦ ବର୍ଷୀୟ ମ୍ୟାଲାପିଲ୍ଲି ଅପ୍ପାନ୍ନା କହନ୍ତି ଯେ, ‘‘ଆମେ ଆଉ ମାଛ ଧରିବାକୁ ଯାଉନାହୁଁ, କାରଣ ଦୀର୍ଘ ସମୟ ଧରି ପରିଶ୍ରମ କରିବା ପରେ ବି ଆମେ ମାଛ ପାଉନାହୁଁ । ଆମେ ସକାଳ ୪ଟାରେ ସମୁଦ୍ର ଭିତରକୁ ଯାଉ, ୨୦ କିଲୋମିଟର ଧରି ଡଙ୍ଗା ବାହୁ, ସକାଳ ୮-୯ଟା ଭିତରେ ଜାଲ ପକାଉ, ପ୍ରାୟ ଦୁଇ ଘଣ୍ଟା ଧରି ଅପେକ୍ଷା କରୁ, ଆଉ ୨ଟାର ୩ଟା ସୁଦ୍ଧା କୂଳକୁ ଫେରିଆସୁ । ଗୋଟିଏ ଟେପ୍ପାରେ ଆମେ ୪ରୁ ୫ଜଣ ଯାଉ । ଦିନ ଶେଷରେ, ଆମେ ଜଣକା ୧୦୦ ଟଙ୍କା ମଧ୍ୟ ରୋଜଗାର କରିପାରୁନାହୁଁ ।’’

ପଟ୍ଟାୟା ଆହୁରି କହିଲେ‘‘ଆମେ ଯେତିକି ମାଛ ଧରୁଛୁ, ସେତିକି ଆମ ନିଜ ଘରର ରୋଷେଇ ପାଇଁ ମଧ୍ୟ ଯଥେଷ୍ଟ ନୁହେଁ, ବିକ୍ରି କରି ଟଙ୍କା ଆୟ କରିବା ତ ଦୂରର କଥା । ନିଜ ଘରେ ଖାଇବା ପାଇଁ ଆମକୁ ବିଶାଖାପାଟଣା, ଶ୍ରୀକାକୁଲମ୍ବା ରାନାସ୍ତଳମ୍ରୁ ମାଛ ଆଣିବାକୁ ପଡୁଛି । ’’

ତେଣୁ କୋଭାଡ଼ାର ଅନ୍ୟମାନଙ୍କ ଭଳି ଆପ୍ପାନ୍ନା ଏବଂ ପଟ୍ଟାୟା ଝୁଡ଼ି, ବ୍ୟାଗ୍, ଝୁଲା ଏବଂ ଝୁଲଣା ଆଦି ତିଆରି କରୁଛନ୍ତି, ଯାହାକୁ ସେମାନେ ଦେଶ ସାରା ବିକ୍ରି କରୁଛନ୍ତି । ସେମାନେ କହନ୍ତି, ଶ୍ରୀକାକୁଲମ୍ରେ ନାଇଲନ ଦଉଡ଼ି ସହଜରେ ମିଳେ, ବିଭିନ୍ନ ବିକଳ୍ପ ସନ୍ଧାନ ପରେ ଏହା ସେମାନଙ୍କ ପାଇଁ ଲାଭଜନକ ହେଲା । ଆପ୍ପାନ୍ନା କହନ୍ତି, ‘‘ଗତ ୨୦ ବର୍ଷ ଭିତରେ ମୁଁ ୨୪ଟି ରାଜ୍ୟ ବୁଲିଛି, ସେଥିମଧ୍ୟରୁ ଅଧିକାଂଶ ରାଜ୍ୟକୁ ଏକାଧିକ ଥର ଯାଇଛି । ’’ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ କହନ୍ତି, ‘‘ମୁଁ ଝୁଡ଼ି ତିଆରି କରେ ଏବଂ ମୋ ସ୍ଵାମୀ ସେ ସବୁକୁ ବିକ୍ରି ପାଇଁ ଅନ୍ୟ ସ୍ଥାନକୁ ନିଅନ୍ତି ।’’

ଗୋଟିଏ କିଲୋ ନାଇଲନ୍ଦଉଡ଼ି ୩୫୦ରୁ ୪୦୦ ଟଙ୍କା ପଡ଼େ, ସେଥିମଧ୍ୟରେ ଗାଁକୁ ଟେମ୍ପୋ ବା ଟ୍ରକ୍ରେ ପରିବହନ ଖର୍ଚ୍ଚ ଥାଏ । ଆପ୍ପାନ୍ନା କହନ୍ତି, ‘‘ଗୋଟିଏ କିଲୋ ନାଇଲନ୍ଦଉଡ଼ିରୁ ଆମେ ୫୦ଟି ଝୁଡ଼ି ତିଆରି କରୁ ଏବଂ ସେଗୁଡ଼ିକୁ ୧୦ରୁ ୨୦ ଟଙ୍କା ମୂଲ୍ୟରେ ବିକ୍ରି କରୁ । ଏଥିରୁ ଆମର କିଲୋ ପିଛା ୨୦୦ରୁ ୪୦୦ ଟଙ୍କା ଲାଭ ହୁଏ । ’’ ଝୁଲଣା ବା ଦୋଳି କପଡ଼ା ଏବଂ ନାଇଲନ୍ଉଭୟରେ ତିଆରି କରାଯାଏ ଏବଂ ସେସବୁ ଗୋଟିକୁ ୧୫୦ରୁ ୨୦୦ ଟଙ୍କାରେ ବିକ୍ରି ହୁଏ ।

Man working on fish net
PHOTO • Rahul Maganti
Man working on fish net
PHOTO • Rahul Maganti
Man working on fish net
PHOTO • Rahul Maganti

ଯୁବକ ହୁଅନ୍ତୁ ବା ବୃଦ୍ଧ ସମସ୍ତେ ଏବେ ନାଇଲନ୍ଦଉଡ଼ି ଜିନିଷ ତିଆରି କରୁଛନ୍ତି । ଏଠାରେ ମ୍ୟାଲାପିଲ୍ଲି ଆପ୍ପାନ୍ନା ଏବଂ ଚିଟ୍ଟିବାବୁ(ବାମ), ଶାରଦା ରାମୁଡୁ(ମଝି) ଏବଂ ପେଣ୍ଟୟା (ଡାହାଣ) ଦେଖାଯାଉଛନ୍ତି ।

ଗାଁର ପୁରୁଷମାନେ ଦଳ ଗଠନ କରି ଜିନିଷ ପତ୍ର ବିକ୍ରି କରିବାକୁ ଦୂରବର୍ତ୍ତୀ ସ୍ଥାନକୁ ଯାଆନ୍ତି । ଆପ୍ପାନ୍ନାଙ୍କର ଜଣେ ବନ୍ଧୁ ଗନାଗାଲ୍ଲା ରାମାଡୁ,  ଯିଏ ତାଙ୍କ ସହ ଏପ୍ରିଲ୍ମାସରେ କେରଳ ଗସ୍ତରେ ଯାଇଥିଲେ, ଏବଂ ସେମାନଙ୍କ ଗସ୍ତ ସମୟରେ ନିତିଦିନିଆ ଖାଦ୍ୟ, ଯାତ୍ରା ଏବଂ ରହିବା ଆଦିର ବ୍ୟବସ୍ଥା କରିଥିଲେ, ସେ କହନ୍ତି, ‘‘ଯେତେବେଳେ ମୁଁ ମେ ୧୫ରେ(ମାସକ ପରେ) ଫେରିଲି, ମୁଁ ମାତ୍ର ୬,୦୦୦ ଟଙ୍କା ବଞ୍ଚାଇଥିଲି । 

ପଟ୍ଟାୟାଙ୍କର ଏହି ଯାତ୍ରା ତାଙ୍କୁ କାନାଡ଼ା, ମାଲାୟାଲମ୍, ତାମିଲ ଏବଂ ହିନ୍ଦି ଭାଷାରେ ପରିପକ୍ଵ କରିଛି । ସେ କହନ୍ତି, ‘‘ଆମେ ଯେଉଁଠାକୁ ଯାଉ ସେଠାକାର ଭାଷା ଶିଖୁ,  ଯେହେତୁ ଗ୍ରାହକଙ୍କ ସହ କଥା ହେବା ପାଇଁ ଏହା ଅତ୍ୟନ୍ତ ଗୁରୁତପୂର୍ଣ୍ଣ । ଏବେ କେବଳ ପର୍ବପର୍ବାଣି ଓ ଉତ୍ସବ ହେଉଛି ଏମିତି ସମୟ ଯେତେବେଳେ ଆମେ ଗ୍ରାମବାସୀ ଏକାଠି ହେଉଛୁ । ଝୁଡ଼ି ଏବଂ ଝୁଲଣା ବିକ୍ରି କରିବାକୁ ଯାଉଥିବା ପୁରୁଷମାନେ ଗୁରୁତ୍ଵପୂର୍ଣ୍ଣ ପର୍ବପର୍ବାଣିରେ ଘରକୁ ଫେରିଆସନ୍ତି, ତା ପରେ ସେମାନେ ପୁଣି ବାହାରିଯାଆନ୍ତି ।’’

ଲକ୍ଷ୍ମୀଙ୍କ ଭଳି, ଗାଁର ଅନେକ ମହିଳା, ଝୁଡ଼ି, ଝୁଲଣା ଓ ଝୁଲା ତିଆରି କରିବା ଛଡ଼ା ନରେଗା ଯୋଜନାରେ କାମ କରନ୍ତି, ଯେଉଁଥିରୁ ତାଙ୍କୁ ମଝି ମଝିରେ ଟଙ୍କା ମିଳେ । ୫୬ ବର୍ଷୀୟ ମ୍ୟାଲାପାଲ୍ଲି କାନ୍ନାମ୍ବା ଯିଏ ନିକଟବର୍ତ୍ତୀ ଗାଁଗୁଡ଼ିକରେ ଶୁଖୁଆ ବିକ୍ରି କରନ୍ତି, କହନ୍ତି ଯେ ‘‘ମୁଁ ଚାରି ସପ୍ତାହ ଧରି କାମ କଲି କିନ୍ତୁ ମାତ୍ର ଦୁଇ ସପ୍ତାହର ପାଉଣା ଦିନକୁ ୧୦୦ ଟଙ୍କା ହିସାବରେ ପାଇଲି । ’’ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆନ୍ଧ୍ରପ୍ରଦେଶରେ ନରେଗାରେ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ହେଉଛି  ୨୦୫ ଟଙ୍କା । କାନ୍ନାମ୍ବା କହନ୍ତି, ‘‘ଆମେ ବିଶାଖାପାଟଣାରୁ ମାଛ ଆଣୁ, ଦୁଇ ଦିନ ଧରି ସେଗୁଡ଼ିକୁ ଶୁଖାଉ ତା ପରେ ତାକୁ ବିକ୍ରି କରୁ । ଦିନେ ଆମେ ଏହି ମାଛ ମାଗଣାରେ ପାଉଥିଲୁ । ଏବେ ୨୦୦୦ ଟଙ୍କାର ଲାଭ ପାଇବା ପାଇଁ ଆମକୁ ୧୦,୦୦୦ ଟଙ୍କା ବିନିଯୋଗ କରିବାକୁ ପଡୁଛି ।  

ଏବଂ ଆଉ କିଛି ଦିନ ପରେ ହୁଏତ ଏହି ଛୋଟ ଲାଭ ଆଉ ମିଳିନପାରେ । କୋଭାଡା ଓ ଦୁଇଟି ଛୋଟ ଗାଁ କୁ ମିଶାଇ ଏହିପରି ତିନିଟି ଗାଁ ସ୍ଥାନରେ ପ୍ରାୟ ୨,୦୭୩ ଏକର ଜମିରେ ଏକ ନ୍ୟୁକ୍ଲିୟର ପାୱାର୍ ପ୍ଲାଣ୍ଟ ପାଇଁ ପ୍ରସ୍ତାବ ରହିଛି, ଯାହା ଫଳରେ ଏହି ଗ୍ରାମବାସୀ ସମସ୍ତେ ବିସ୍ଥାପିତ ହୋଇପାରନ୍ତି, ଏହାଦ୍ଵାରା ସେମାନଙ୍କର ଝୁଡ଼ି ଓ ଝୁଲଣା ବ୍ୟବସାୟ ବାଧାପ୍ରାପ୍ତ ହେବା ସହ ମାଛ ଧରିବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇପାରେ । 

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଲେଖକ ପରିଚୟ: ରାହୁଲ୍ ମାଗାନ୍ତି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ୨୦୧୭ ପରି ବ୍ୟକ୍ତିତ୍ୱ। ସେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ ରୁହନ୍ତି।

Other stories by Rahul Maganti