ଜମି ମାଲିକ ଜଣକ ଫଟୋରେ ଦେଖାଯିବାକୁ ନେଇ ଗର୍ବ ଅନୁଭବ କରୁଥିଲେ । ସେ ଛିଡ଼ା ହୋଇଥିଲେ ଯେତେବେଳେ କି ୯ ଜଣ ମହିଳା ଶ୍ରମିକଙ୍କ ଗୋଟିଏ ଧାଡ଼ି ଆଗକୁ ନଇଁ ତାଙ୍କ ଜମିରେ ରୋଇବା କାମରେ ଲାଗିଥିଲେ । ସେ କହିଲେ ଯେ, ସେ ସେମାନଙ୍କୁ ଦିନକୁ ୪୦ ଟଙ୍କା ଲେଖାଏଁ ଦିଅନ୍ତି । ମହିଳାମାନେ ପଛରେ ଆମକୁ କହିଲେ, ସେ ସେମାନଙ୍କୁ ୨୫ ଟଙ୍କା ଲେଖାଏଁ ଦିଅନ୍ତି । ସେମାନେ ସମସ୍ତେ ଓଡ଼ିଶାର ରାୟଗଡ଼ାର ଭୂମିହୀନ ଶ୍ରମିକ ।

PHOTO • P. Sainath

ଭାରତରେ ଜମି ଥିବା ପରିବାରର ମହିଳାମାନଙ୍କର ମଧ୍ୟ ଜମି ଉପରେ କୌଣସି ଅଧିକାର ନଥାଏ । ସେମାନଙ୍କ ପିତାମାତାଙ୍କ ଘରେ ନଥାଏ କିମ୍ବା ସ୍ୱାମୀ କିମ୍ବା ଶାଶୂ-ଶ୍ୱଶୁରଙ୍କ ଘରେ ମଧ୍ୟ ନଥାଏ । ପରିତ୍ୟକ୍ତ, ବିଧବା କିମ୍ବା ଛାଡ଼ପତ୍ର ପାଇଥିବା ମହିଳାମାନଙ୍କ ପାଇଁ ଶେଷରେ ନିଜ ସମ୍ପର୍କିୟ ମାନଙ୍କ ଜମିରେ ଶ୍ରମିକ ଭାବରେ କାମ କରିବା ଶେଷ ରାସ୍ତା ଥାଏ । 

ସରକାରୀ ଗଣନା ଅନୁଯାୟୀ, ୬୩ ନିୟୁତ ମହିଳା ଶ୍ରମିକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨୮ ନିୟୁତ ବା ୪୫ ପ୍ରତିଶତ କୃଷି ଶ୍ରମିକ । ଏହି ସଂଖ୍ୟା ବିଶାଳ ହେଲେ ମଧ୍ୟ ତ୍ରୁଟିପୂର୍ଣ୍ଣ । ଯେଉଁମାନେ ୬ ମାସରୁ ଅଧିକ କାଳ ନିଯୁକ୍ତି ପାଆନ୍ତି ନାହିଁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଏହା ଗୁରୁତ୍ଵପୂର୍ଣ୍ଣ । ଏହାର ଅର୍ଥ ହେଉଛି- କେଇ ନିୟୁତ ମହିଳାଙ୍କର ମଧ୍ୟ ଦେଶରେ ଅର୍ଥନୀତିରେ ସେମାନଙ୍କ ଅବଦାନକୁ ଗଣନା କରାଯାଏ ନାହିଁ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମୀଣ ମହିଳା । ଏମାନେ ପ୍ରତ୍ୟକ୍ଷ କୃଷିରୁ ଅଲଗା । ଏଗୁଡ଼ିକୁ ଘରୋଇ କାମ ଭାବରେ ଅଭିହିତ କରାଯାଇ ବାତିଲ୍ କରିଦିଆଯାଇଛି । 

PHOTO • P. Sainath
PHOTO • P. Sainath
PHOTO • P. Sainath

ଔପଚାରିକ ଭାବରେ ଏହି କାମ ଆର୍ଥିକ ଗତିବିଧି ବୋଲି ବିବେଚନା କରାଯାଉଥିଲେ ମଧ୍ୟ କମ୍ ମଜୁରୀ ମିଳୁଥିବା କୃଷି ଶ୍ରମିକ କ୍ଷେତ୍ର ମହିଳାମାନଙ୍କ ପାଇଁ ଉନ୍ମୁକ୍ତ ସର୍ବବୃହତ୍ କ୍ଷେତ୍ର ଏବଂ ବର୍ତ୍ତମାନ ଭୂମିହୀନ ଶ୍ରମିକମାନେ ପାଉଥିବା କର୍ମ ଦିବସର ସଂଖ୍ୟା ମଧ୍ୟ କମ୍ ହେବାରେ ଲାଗିଛି । ଆର୍ଥିକ ନୀତି ଏହି ପ୍ରକ୍ରିୟାକୁ ଗତିଶୀଳ କରାଉଛି । ଯାନ୍ତ୍ରିକିକରଣ ଏହାକୁ ଅଧିକ ତ୍ୱରାନ୍ୱିତ କରୁଛି । ଅର୍ଥକାରୀ ଫସଲ ଆଡକୁ ମୁହାଁଇବା ଏହାକୁ ଅଧିକ ଗହନ କରୁଛି । ନୂତନ ଠିକାଦାରୀ ବ୍ୟବସ୍ଥା ଏହାକୁ କଦର୍ଯ୍ୟ କରୁଛି । 

PHOTO • P. Sainath

ଆନ୍ଧ୍ରପ୍ରଦେଶ ଅନନ୍ତପୁରରେ ଦୁଇ ଜଣ ଛୋଟ ଝିଅ ଜମିରେ ପୋକ ଖୋଜୁଛନ୍ତି । ସେମାନେ ଲାଲ୍ ସଁବାଳୁଆ ଖୋଜୁଛନ୍ତି । ଏହି ଗାଁରେ ଏହା ଏକମାତ୍ର ରୋଜଗାର ହେଉଥିବା କାର୍ଯ୍ୟ । ସେମାନେ ଏକ କେଜି ସଁବାଳୁଆ ପିଛା ଜମି ମାଲିକଙ୍କ ଠାରୁ ୧୦ ଟଙ୍କା ଲେଖାଏଁ ପାଆନ୍ତି । ଅର୍ଥାତ୍ ସେତିକି ପାଇବା ପାଇଁ ସେମାନଙ୍କୁ ହଜାରରୁ ଅଧିକ ସଁବାଳୁଆ ଖୋଜିବାକୁ ହେବ 

ଜମି ପରି ସମ୍ପଦ ଉପରେ ପ୍ରତ୍ୟକ୍ଷ ନିୟନ୍ତ୍ରଣ ନଥିବା ଗରିବମାନଙ୍କର ଏବଂ ସବୁ ମହିଳାଙ୍କର ସ୍ଥିତିକୁ ଦୁର୍ବଳ କରିଦିଏ । ମାଲିକାନା ଓ ସାମାଜିକ ସ୍ଥିତି ପରସ୍ପର ସହ ସଂଯୁକ୍ତ । ଖୁବ୍ କମ୍ ମହିଳାଙ୍କ ପାଖରେ ଜମିର ମାଲିକାନା କିମ୍ବା ନିୟନ୍ତ୍ରଣ ଅଛି । ଏଥିସହ ଯେତେବେଳେ ଜମି ଅଧିକାର ଥାଏ ସେତେବେଳେ ପଞ୍ଚାୟତିରାଜ (ସରକାର କିମ୍ବା ନିର୍ବାଚିତ ଗ୍ରାମ ପରିଷଦ)ରେ ସେମାନଙ୍କ ସହଭାଗୀତା ମଧ୍ୟ ଉତ୍କୃଷ୍ଟ ଭାବରେ କାର୍ଯ୍ୟକାରୀ ହୁଏ । 

ଦୁର୍ଘଟଣାବଶତଃ ଦଳିତମାନେ (ଯେଉଁମାନେ ଜାତି ବ୍ୟବସ୍ଥା ଅଧୀନରେ ଅଛୁଆଁ ଭାବରେ ବିବେଚିତ ହୁଅନ୍ତି) ଏହି ଭୂମିହୀନମାନଙ୍କ ମଧ୍ୟରୁ ସର୍ବାଧିକ । ପ୍ରାୟ ୬୭ ପ୍ରତିଶତ ମହିଳା କୃଷି ଶ୍ରମିକ ଦଳିତ । ସେମାନେ ତିନୋଟି ଦୁନିଆ- ଶ୍ରେଣୀ, ଜାତି ଓ ଲିଙ୍ଗରେ ସବୁଠାରୁ ଶୋଷିତ ଶ୍ରେଣୀ । ଗରିବ ଓ ତଳୁଆ ଜାତିର ମହିଳାଙ୍କ କ୍ଷେତ୍ରରେ ଜମିର ଅଧିକାର ସେମାନଙ୍କ ସ୍ଥିତିରେ ଉନ୍ନତି ଆଣିପାରେ । ଯଦିଓ ସେମାନେ ତା’ପରେ ବି ଅନ୍ୟମାନଙ୍କ କ୍ଷେତ୍ରରେ କାମ କରିବାକୁ ଦରକାର କରନ୍ତି, ଏହା ସେମାନଙ୍କୁ ଅଧିକ ମଜୁରୀ ପାଇଁ ମୂଲଚାଲ କରିବାରେ ସାହାଯ୍ୟ କରିବ ଏବଂ ଏଥିସହ ଋଣ ପାଇବାର ସୁଯୋଗ ବୃଦ୍ଧି କରିବ ।

PHOTO • P. Sainath
PHOTO • P. Sainath

ଏହା ସେମାନଙ୍କର ଓ ସେମାନଙ୍କ ପରିବାରର ଦାରିଦ୍ର୍ୟ କମ୍ କରିଦେବ । ପୁରୁଷମାନେ ମୁଖ୍ୟତଃ ନିଜ ରୋଜଗାର ଅଧିକ ଅଂଶ ନିଜପାଇଁ ଖର୍ଚ୍ଚ କରନ୍ତି । ମହିଳାମାନେ ସେମାନଙ୍କର ରୋଜଗାରର ପ୍ରାୟ ସବୁ କିଛି ଘର ପାଇଁ ଓ ବିଶେଷ କରି ପିଲାମାନଙ୍କ ମଙ୍ଗଳ ପାଇଁ ବିନିଯୋଗ କରନ୍ତି । ଏହା ସେମାନଙ୍କ ପାଇଁ ଭଲ, ପିଲାମାନଙ୍କ ପାଇଁ ଭଲ ଏବଂ ପରିବାର ପାଇଁ ଭଲ । କହିବାକୁ ଗଲେ ଯଦି ଭାରତରେ ଦାରିଦ୍ର୍ୟ ଉପରେ ଗୁରୁତର ଆକ୍ରମଣରେ ସଫଳ ହେବାକୁ ହେବ ତା’ ହେଲେ ମହିଳାମାନଙ୍କୁ ଜମି ସମ୍ପର୍କିତ ଅଧିକାର ଦେବାକୁ ହେବ । ପଶ୍ଚିମବଙ୍ଗ ପରି ରାଜ୍ୟ ଏ ଦିଗରେ ନୂତନ ଆରମ୍ଭ କରିଛନ୍ତି । ରାଜ୍ୟରେ ଜମି ପୁନଃ ବଣ୍ଟନ ସମୟରେ ୪୦୦,୦୦୦ ଘଟଣାରେ ଯୁଗ୍ମ ପଟ୍ଟା ପ୍ରଦାନ କରାଯାଇଛି । ତଥାପି ଦୀର୍ଘ ରାସ୍ତା ଯିବାର ଅଛି ।

ଯେହେତୁ ମହିଳାମାନଙ୍କୁ ଜମି ହଳ କରିବାରୁ ବାରଣ କରାଯାଏ, ତେଣୁ ସ୍ଲୋଗାନ “ହଳ ଯାହାର ଜମି ତାହାର”ରେ ପରିବର୍ତ୍ତନ ଆଣିବାକୁ ହେବ । ଏହା ବଦଳରେ କହିବାକୁ ହେବ “ ଯିଏ ଜମିରେ କାମ କରୁଛି ଜମି ତାହାର” ।

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath