PHOTO • P. Sainath

ବିଜିୟାନଗରମ୍ରେ ସେ ଅଟକିଗଲେ, ମଧ୍ୟାହ୍ନ ସମୟର ଖରାରେ ସେ ଉତ୍ତେଜିତ ହୋଇପଡ଼ିଥିଲେ । କିନ୍ତୁ ସେ ସେହିପରି ନଇଁ କରି ରହିଲେ । ସେ ଜାଣିଥିଲେ, କେଇ ମୁହୂର୍ତ୍ତ ଭିତରେ ସେ ପୁଣି ସେହି ଭଙ୍ଗୀରେ କାମ ଆରମ୍ଭ କରିବେ ।

PHOTO • P. Sainath

ସମାନ କାଜୁ ବଗିଚାରେ ତାଙ୍କ ଗାଁରୁ ଆସିଥିବା ଆଉ ଦୁଇଟି ମହିଳାଙ୍କ ଗୋଷ୍ଠୀ ମଧ୍ୟ କାମ କରୁଥିଲେ । ସେଥିରୁ ଗୋଟିଏ ଗୋଷ୍ଠୀ 2 କିଲୋମିଟର ଦୂରରୁ ବଗିଚାକୁ ସାଙ୍ଗରେ ମଧ୍ୟାହ୍ନ ଭୋଜନ ଓ ପାଣି ନେଇ ଆସିଥିଲେ । ଅନ୍ୟମାନେ ବିପରୀତ ଦିଗରେ କାମ କରୁଥିଲେ । ସମସ୍ତେ ନଇଁଥିଲେ ।

ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ, ବଗିଚାରେ ପୁରୁଷମାନେ ମଧ୍ୟ ଥିଲେ । ଲେନ୍ସ ଦେଇ ଏହା ଅଧିକ ସ୍ଵଚ୍ଛ ଦେଖାଯାଉଥିଲା । ସବୁ ପୁରୁଷମାନେ ଛିଡ଼ା ହୋଇଥିଲେ । ସବୁ ମହିଳାମାନେ ନଇଁଥିଲେ । ଓଡ଼ିଶାର ନୂଆପଡ଼ାରେ, ବର୍ଷା ମହିଳାମାନଙ୍କୁ ଘାସ ବାଛିବାରୁ ଅଟକାଇପାରିନଥିଲା । ସେମାନେ ଗୋଟିଏ ଛତା ତଳେ ଅଣ୍ଟାରୁ ତଳକୁ ନଇଁ କାମ କରିଚାଲିଥିଲେ ।

 ‘ହସ୍ତକୃତ’ ଚାରାରୋପଣ, ରୋଇବା ଏବଂ ଘାସ ବାଛିବା କଠିନ ପରିଶ୍ରମଠାରୁ ବି ଅଧିକ । ସେମାନେ ଯନ୍ତ୍ରଣାଦାୟକ ଭଙ୍ଗୀରେ ଦୀର୍ଘ ସମୟ ଧରି କାମ କରୁଥିଲେ । 

ଭାରତୀୟ ମହିଳା କର୍ମଚାରୀଙ୍କ ମଧ୍ୟରୁ 81 ପ୍ରତିଶତ ହେଉଛନ୍ତି ଚାଷୀ, ଶ୍ରମିକ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀ ଏବଂ କ୍ଷୁଦ୍ର ପଶୁପାଳନକାରୀ । କୃଷି କାମ ଏକ ବଡ଼ ଆକାରର ଲିଙ୍ଗଗତ ପାର୍ଥକ୍ୟ ପ୍ରଦର୍ଶିତ କରେ । ମହିଳାମାନଙ୍କୁ ହଳ କରିବାରୁ  ବାରଣ କରାଯାଏ । କିନ୍ତୁ ସେମାନେ ରୋଇବା, ଘାସ ବାଛିବା, ଅମଳ କରିବା, ନଡ଼ା ବାଡ଼େଇବା ଏବଂ ଅମଳ ପରବର୍ତ୍ତୀ କାମ ମଧ୍ୟ କରନ୍ତି ।

PHOTO • P. Sainath

ଗୋଟିଏ ବିଶ୍ଳେଷଣ ଅନୁସାରେ, ମହିଳାମାନେ

ଜମିକୁ ଚାଷପୋଯୋଗୀ କରିବାରେ ଲାଗୁଥିବା 32 ପ୍ରତିଶତ ଶ୍ରମଶକ୍ତି
ବିହନ ବୁଣିବାରେ 76 ପ୍ରତିଶତ
ରୋଇବାରେ 90 ପ୍ରତିଶତ
ଫସଲକୁ କ୍ଷେତରୁ ଘରକୁ ନେବାରେ 82 ପ୍ରତିଶତ
ଖାଦ୍ୟ ପ୍ରକ୍ରିୟାକରଣ କରିବାରେ 100 ପ୍ରତିଶତ ଏବଂ ଦୁଗ୍ଧ ଉତ୍ପାଦନ କାମରେ ନିୟୋଜିତ ଶ୍ରମଶକ୍ତିରୁ 69 ପ୍ରତିଶତ ଯୋଗଦାନ କରନ୍ତି ।

PHOTO • P. Sainath

ଏହି କାମ ସବୁ ମଧ୍ୟରୁ ଅଧିକାଂଶଙ୍କ ପାଇଁ ନଇଁବା ଏବଂ ଆଣ୍ଠୁ ମାଡ଼ି ବସିବାର ଆବଶ୍ୟକତା ପଡ଼େ । ଏହାଛଡ଼ା, ଏସବୁ କାମରେ ବ୍ୟବହାର ହେଉଥିବା ଅଧିକାଂଶ ଯନ୍ତ୍ରପାତି ମହିଳାଙ୍କ ଆରାମ ପାଇଁ ତିଆରି ହୋଇନଥାଏ ।

କ୍ଷେତରେ କାମ କରିବା ବେଳେ ମହିଳାମାନେ ନିରନ୍ତର ଭାବେ ନଇଁ କରି ଏବଂ ଆଣ୍ଠୁ ମାଡ଼ି ବସି ଆଗକୁ ବଢ଼ିବାର ଦେଖାଯାଏ । ଏଥିପାଇଁ, ମହିଳାଙ୍କର ପିଠି ଓ ଗୋଡ଼ରେ ପ୍ରବଳ ଯନ୍ତ୍ରଣା ହେବା ସାଧାରଣ କଥା । ରୋଇବା ବେଳେ ଗୋଡ଼ ବୁଡୁଥିବା ପାଣିରେ ସେମାନେ ଛିଡ଼ା ହେଉଥିବାରୁ ସେମାନଙ୍କୁ ଚର୍ମ ରୋଗ ହୁଏ ।

ତା ପରେ ପୁରୁଷମାନଙ୍କ ବ୍ୟବହାର ପାଇଁ ତିଆରି ହୋଇଥିବା ଯନ୍ତ୍ରପାତି ଯୋଗୁଁ ସେମାନେ ଆହତ ହୁଅନ୍ତି । ସେ ସବୁ ଯନ୍ତ୍ରପାତିକୁ ମହିଳାଙ୍କ ବ୍ୟବହାରଯୋଗ୍ୟ ଢାଞ୍ଚାରେ ତିଆରି କରାଯାଇନଥାଏ । ଦାଆ ଏବଂ କଟୁରୀରୁ ସେମାନେ କ୍ଷତାକ୍ତ ହେବା ସାଧାରଣ କଥା ଏବଂ ସାଧାରଣ ଡାକ୍ତରୀ ଚିକିତ୍ସା ମିଳିବା ବିରଳ । ଏହାଛଡ଼ା ଧନୁଷ୍ଟଙ୍କାରର ବିପଦ ସର୍ବଦା ଥାଏ ।

କୃଷିକ୍ଷେତ୍ରରେ ଏମିତି କାମ କରିବା ଫଳରେ ଉଚ୍ଚ ଶିଶୁ ମୃତ୍ୟୁ ହାର ଏକ ବଡ଼ ସମସ୍ୟା । ଉଦାହରଣ ସ୍ଵରୂପ, ରୋଇବା ସମୟରେ, ମହିଳାମାନଙ୍କୁ ଦିନର ଅଧିକାଂଶ ସମୟ ନଇଁ କରି ବା ଆଣ୍ଠୁ ଭାଙ୍ଗି ବସିବାକୁ ପଡ଼େ । ମହାରାଷ୍ଟ୍ରରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଏହି ସମୟ ମଧ୍ୟରେ ଅଧିକ ସଂଖ୍ୟକ ଗର୍ଭପାତ ଏବଂ ଶିଶୁ ମୃତ୍ୟୁ ହୋଇଥାଏ । ଦୀର୍ଘ ସମୟ ଧରି ଆଣ୍ଠୁ ଭାଙ୍ଗି ବସିବା ଯୋଗୁଁ ଶିର ଟାଣି ହୋଇଯାଏ ଏବଂ ଏହି କାରଣରୁ ଅଧିକାଂଶ ସମୟରେ ସମୟ ପୂର୍ବରୁ ପିଲା ଜନ୍ମ ହୁଏ ।

PHOTO • P. Sainath

ଆହୁରି ମଧ୍ୟ ମହିଳା ଶ୍ରମିକମାନେ ପର୍ଯ୍ୟାପ୍ତ ଖାଦ୍ୟ ପାଆନ୍ତି ନାହିଁ । ଏହା ପଛରେ ଥାଏ ସେମାନଙ୍କର ଦାରିଦ୍ର୍ୟ ଏବଂ ପ୍ରଥମେ ପରିବାରକୁ ଖୁଆଇବା ଓ ଶେଷରେ ନିଜେ ଖାଇବାର ପରମ୍ପରା ଯୋଗୁଁ ଏହା ଅଧିକ ଗୁରୁତର ହୋଇଯାଏ । ଯଦିଓ ସେମାନଙ୍କ ପାଇଁ ଅଧିକ ଆବଶ୍ୟକ ଥାଏ, କିନ୍ତୁ ଗର୍ଭବତୀ ମହିଳାମାନେ କିଛି ଭଲ ଖାଇବାକୁ ପାଆନ୍ତି ନାହିଁ । ଯେହେତୁ ମହିଳାମାନେ କମ୍ ପୁଷ୍ଟି ପାଆନ୍ତି, ଏଥିଯୋଗୁଁ ସମୟ ପୂର୍ବରୁ ଜନ୍ମ ହୋଇଥିବା ପିଲା ବି ଖୁବ୍ କମ୍ ଓଜନର ହୋଇଥାଏ, ଯାହା ଫଳରେ ତାର ବଞ୍ଚିରହିବା କଷ୍ଟକର ହୋଇପଡ଼େ ।

ତେଣୁ ମହିଳା କୃଷି ଶ୍ରମିକମାନଙ୍କ କ୍ଷେତ୍ରରେ ବାରମ୍ବାର ଗର୍ଭଧାରଣ ଏବଂ ଉଚ୍ଚ ଶିଶୁ ମୃତ୍ୟୁ ହାର ହେଉଥିବା ଦେଖାଯାଏ । ଯାହା ଫଳରେ ସେମାନଙ୍କର ସ୍ଵାସ୍ଥ୍ୟାବସ୍ଥାକୁ ଅଧିକ ଖରାପ କରିଦିଏ । ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଗର୍ଭଧାରଣ ଏବଂ ପିଲା ଜନ୍ମ ସମୟରେ ପ୍ରାଣ ହରାନ୍ତି ।

PHOTO • P. Sainath
PHOTO • P. Sainath

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath